Read Time:1 Minute, 58 Second
ଶୁନ୍ୟ, ଶୁନ୍ୟ, ମହାଶୁନ୍ୟ…
ଓଁକାର ହିଁ ପରଂବ୍ରହ୍ମ…
ଶୁନ୍ୟ ହିଁ ସର୍ବଦା ମହାମାନ୍ୟ..
ଶିଶୁ ର ପଠନ ଶୁନ୍ୟ !!
ଶୁନ୍ୟ ରୁ ଆରମ୍ଭ ଶୁନ୍ୟ…
ଶୁନ୍ୟ ରେ ଶେଷ…
ଶୁନ୍ୟ ର ଗୁଣ ମହାଜ୍ଞାନ..
ଶୁନ୍ୟ ହିଁ ବିଶେଷ !!
ସିଲଟ ମାଧ୍ୟମ ମାତ୍ର ଶିଶୁର…
ପାଠ ଶୁନ୍ୟ ରୁ ପ୍ରାରମ୍ଭ..
ଗୁରୁ ଓ ଶିକ୍ଷା, ଜ୍ଞାନ ବିଧି ର
ବିଦ୍ୟା ଧନ ର ଶୁଭକୁମ୍ଭ !!
ଆଜି ଜ୍ଞାନ ଶୁନ୍ୟ ମାନବ…
ବଞ୍ଚିବା ଅସମ୍ଭବ….
ଭଗ୍ନ ଆଧାର ସମେତ ଜୀବ…
ଭଙ୍ଗା ସିଲଟ ଥିବ !!
ଅଧୁନା କ୍ରନ୍ଦନ ରତ ସିଲଟ…
ଚାଟ ପାଇଁ ଉଚ୍ଚାଟ…
ନୀତିଶିକ୍ଷା ରୁ ବଞ୍ଚିତ ଚାଟ…
ଦୁଃଖୀ,ଭଙ୍ଗା ସିଲଟ !!
ନିର୍ମଳ ନାୟକ
୧୫୧, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
Readers Interaction