ଦୀପାବଳି – ପ୍ରିୟମ୍ବଦା ରାଉତ

Views: 11
0 0
Read Time:4 Minute, 22 Second

ଶୁଣ ଆହେ ସୁଧିଜନ ଦୀପାବଳିର ଆଖ୍ୟାନ
ତ୍ରେତୟା ଯୁଗରେ ରାମ ପୁରୁଷୋତ୍ତମ
ଲଙ୍କାରେ ବଧି ରାବଣ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ
ଫେରିଥିଲେ କାର୍ତ୍ତିକ ଅମାବାସ୍ୟl ଦିନ
ସଙ୍ଗତରେ ସୀତା ଲକ୍ଷ୍ମଣ
ଅଧର୍ମକୁ ନାଶି ଧର୍ମ କଲେ ସ୍ଥାପନ l
ପ୍ରଭୁଙ୍କ ସ୍ୱାଗତ ପାଇଁ ପୂର୍ଣ୍ଣକୁମ୍ଭ ଦ୍ୱାରେ ଥୋଇ
ରମ୍ଭାବୃକ୍ଷ ଦୁଇ ପାର୍ଶ୍ୱେ ସୁନ୍ଦର କାନ୍ତି
ଆମ୍ର ପଲ୍ଲବେ ତୋରଣ କରିଲା ମନ ହରଣ
ସତେ କି ଅଯୋଧ୍ୟା ପୁରୀ ଅମରାବତୀ
ସନ୍ଧ୍ୟାର ଆଗମେ ସକଳେ
ଦୀପ ପ୍ରଜ୍ୱଳିତ କଲେ ସବୁରି ଦ୍ୱାରେ l
ଆଲୋକିତ ନଗ୍ର ସାରା ଧରାରେ କି ଉଦେ ତାରା
ଦୀପାଳି ମାଳାରେ ଦ୍ୱାର ସଜ୍ଜିତ ହୋଇ
ଉଲ୍ଲସିତ ତନୁ ମନ ଉଛୁଳେ ରାଜ ଭବନ
ଆଲୋକରେ ଅନ୍ଧକାର ଗଲା ଦୁରେଇ
(ପୁଣି )ଦଶରଥଙ୍କର ମୋକ୍ଷ୍ୟାର୍ଥେ
ପିତୃଶ୍ରାଦ୍ଧ ମହାଳୟା ପାଳିଲେ ସର୍ବେ
ସେହିଦିନଠାରୁ ଜାଣ ଚାଲିଛି ଏହି ବିଧାନ
ପିତୃପିତା ମୋକ୍ଷ ଅର୍ଥେ ପାଳନ୍ତି ସର୍ବ
ବଡ଼ବଡ଼ୁଆ ହୋ ଆସ ଅନ୍ଧାରେ ହୁଅ ପ୍ରକାଶ
ଆଲୋକରେ ଯାଅ ତୁମେ ସରଗଧାମ
ଗଙ୍ଗା, ଗୟା, ପୁରୁଷୋତ୍ତମେ
ଯାଇ ବାଇଶି ପାହାଚେ ଗଡ଼ ହେ ତୁମେ
ସାଗର ମନ୍ଥନୁ ଲକ୍ଷ୍ମୀ ହୋଇଥିଲେ ଉତପତ୍ତି
ନରକାସୁରାକୁ ମାରିଥିଲେ ଶ୍ରୀହରି
ହିରଣ୍ୟକଶ୍ୟପୁ ନାଶି ଭାରା ଯେ ଥିଲେ ଉଶ୍ୱାସୀ
ଅଜଦିନ ଶୁଭଦିନ ତେଣୁ ଯେ କରି
ଦୀପାବଳି ଖୁସିର ଦିନ
ଭାଇଚାରା ଭାବ ନେଇ ପର୍ବ ପାଳନ l
ଭାରତୀୟ ପରମ୍ପରା ସଂସ୍କୃତି ତାର ନିଆରା
ବାରମାସେ ତେରପର୍ବ ପାଳନ୍ତି ସର୍ବେ
ଶୁଭ ଦୀପାବଳି ପର୍ବ ମନରେ ଆଣଇ ଗର୍ବ
ପିତୃପୁରୁଷଙ୍କ ପାଇଁ ଆମ ଏ ଗର୍ବ
ଅସୁରୀୟ ଭାବର ନାଶ
କାଳୀ ରୂପେ ମାତା ପୂଜା ପାନ୍ତି ଅବଶ୍ୟ l

ପ୍ରିୟମ୍ବଦା ରାଉତ

କୁଡୁମୁଲୁଗୁମ୍ମା, ମାଲକାନଗିରି l

Share this :
Next Post

ପ୍ରୀତିର ଆକାଂକ୍ଷା - ଡ. ଲକ୍ଷ୍ମୀକାନ୍ତ ଦାଶ

  ପ୍ରୀତିକୁ ମାଗିଛି ମମତାର ମୂଲ ପ୍ରେମକୁ ଦେଇଛି ମନ ପ୍ରୀତିବିନା ପ୍ରେମ ହୁଅଇ ଅସାର ଦେହ ହୁଏ ଶମସାନ ll ସଜାଇ ଦେବେକି ମନ ଗହଣାରେ ମୂଲ୍ୟ ତା’ର ଅନୁପମ ମନ ଲଫାପାରେ ରଖିବି ସାଇତି ନ ହେବ କେହି ତା’ ସମ ll କେତେ ଯନ୍ତ୍ରଣାରେ ପ୍ରୀତି ବଞ୍ଚିଅଛି ପ୍ରେମକୁ ବକ୍ଷରେ ଧରି ରସସିକ୍ତ ହୁଏ ମଧୁଚନ୍ଦ୍ରମାରେ ମନ୍ତ୍ରମୁଗ୍ଧ ଭାବକରି ll ପ୍ରୀତି ଚାଦରରେ କେତେ ଛବି […]

Subscribe US Now