ପ୍ରୀତିକୁ ମାଗିଛି ମମତାର ମୂଲ
ପ୍ରେମକୁ ଦେଇଛି ମନ
ପ୍ରୀତିବିନା ପ୍ରେମ ହୁଅଇ ଅସାର
ଦେହ ହୁଏ ଶମସାନ ll
ସଜାଇ ଦେବେକି ମନ ଗହଣାରେ
ମୂଲ୍ୟ ତା’ର ଅନୁପମ
ମନ ଲଫାପାରେ ରଖିବି ସାଇତି
ନ ହେବ କେହି ତା’ ସମ ll
କେତେ ଯନ୍ତ୍ରଣାରେ ପ୍ରୀତି ବଞ୍ଚିଅଛି
ପ୍ରେମକୁ ବକ୍ଷରେ ଧରି
ରସସିକ୍ତ ହୁଏ ମଧୁଚନ୍ଦ୍ରମାରେ
ମନ୍ତ୍ରମୁଗ୍ଧ ଭାବକରି ll
ପ୍ରୀତି ଚାଦରରେ କେତେ ଛବି ଆଙ୍କେ
ଗୋଲାପୀ ବୟସ ମନେ
ନିରନ୍ତର ବହେ ମଳୟ ପବନ
ହଜିଯାଏ ପ୍ରେମ ବନେ ll
ଯୌବନର ଛିଟା ଯେବେ ପଡେ ଦେହେ
ପ୍ରୀତି ଛନ୍ଦମୟ ହୁଏ
ଜୀବନର ସାଥି ଖୋଜେ ଅନୁରାଗେ
ପ୍ରଜାପତି ମନ ନିଏ ll
ପ୍ରତୀକ୍ଷିତ ମନ ପ୍ରଣୟ ଖୋଜଇ
ପ୍ରୀତି ପଲ୍ଲଵର ଛୁଆଁ
ସମ୍ମୋହନ ମନ ଡାକେ ହାତଠାରି
ହୃଦୟେ ଜଳଇ ନିଆଁ ll
ସତେକି ସାଥିରେ ସଙ୍ଗମ
ପ୍ରୀତିସିକ୍ତ ଇଲାକାରେ
ମେଣ୍ଟିଯିବ ତୃଷ୍ଣା ଅସୁମାରୀ ଆଶା
ହଜିଯିବ ସପନରେ ll
ଡ.ଲକ୍ଷ୍ମୀକାନ୍ତ ଦାଶ
Readers Interaction