କାର୍ତ୍ତିକ ବ୍ରତ। ସୁକାନ୍ତ ଖଣ୍ଡା

Views: 7
0 0
Read Time:3 Minute, 38 Second

କାର୍ତ୍ତିକ ବ୍ରତ
ସୁକାନ୍ତ ଖଣ୍ଡା
କଇଥର ମନ ଉଚ୍ଛନ ହେଉଛି
କରିକି କାର୍ତ୍ତିକ ବ୍ରତ
ମନକୁ ତାହାର ଗଙ୍ଗାଜଳ ମଧ୍ଯେ
ଗାଧୋଇ ନ ଡରି ଶୀତ।୧
ହୃଦକୁ ଫିଙ୍ଗିଛି ସମର୍ପଣ କରି
ବିଷ୍ଣୁଙ୍କୁ ଶପଥ କରି
ସୁକର୍ମ କରିବ ଧର୍ମ ଅର୍ଜିବାକୁ
ପାଖୁ ପାପ ଯିବ ଘୂରି।୨
ଆତ୍ମାକୁ କରିଛି ଗୋପୀ ଗୋପଦାଣ୍ଡ
ମନକୁ ତା’ର ମଥୁରା
ନାଚିକି ଗାଉଛି ବିଷ୍ଣୁଙ୍କ ଚରିତ
ବୁଝାଇ ନିଜକୁ ପରା।୩
ହବିଷ୍ଯ କରୁଛି ଏକମାସ ପାଇଁ
ଫିଙ୍ଗିକି ଆମିଷ ଖାଦ୍ଯ
ପୂଜା କରୁଅଛି ନୈବେଦ୍ଯ ଅର୍ପିକି
ଏହା ଜୀବନରେ ଆଦ୍ଯ।୪
ଜୀବନ ମଧ୍ଯରେ ଏଥର କରୁଛି
ଶତ ଉତ୍ସାହକୁ ଧରି
ଶପଥ କରୁଛି ବକ ଧ୍ଯାନ ଯିବ
ଶୋଇବ କୁକୁର ପରି।୫
ବିଷ୍ଣୁଙ୍କ ସାନ୍ନିଧ୍ଯ ପାଇବ ଅବଶ୍ଯ
ତପ କରୁଅଛି ଆଜି
ମନ ହୃଦୟକୁ ଦେବ ନାହିଁ ଆଜି
ଜୀବନେ କେବେ ବି ଭାଜି?୬
ନିଜେ ବଞ୍ଚି ସିଏ ବଞ୍ଚାଇ ରଖିବ
ଜଗତ ଭିତରେ ଧର୍ମ
ସେଥିପାଇଁ ଆଜି ସୁଯୋଗ ଆସିଛି
କରିନେବ ଶୁଭକର୍ମ।୭
ଚେଙ୍ଗା ତା’ର ଆଜି ହୃଦ ମନ୍ଦିରଟି
ମନ୍ଦିରେ ଥିବା ଠାକୁର
ଆତ୍ମାରୂପି ଈଷ୍ଟ ସହାୟ ସକାଶେ
ଧ୍ଯାନ ଯାଉଅଛି ତା’ର।୮
ଯଦି ଏ କାର୍ତ୍ତିକ ବ୍ରତଟି ସଫଳ
ହୋଇବ ତା’ ଜୀବନରେ
ପ୍ରଚାର ପ୍ରସାର ଅବଶ୍ଯ କରିବ
ବୁଲି ସିଏ ଘରେଘରେ।୯
ବିଷ୍ଣୁଙ୍କର ଭକ୍ତ ସଭିଙ୍କୁ କରିବ
ଯିଏ ଶ୍ରେଷ୍ଠ ମହୀତଳେ
ତୁମେ ବି ଭକତି କରନ୍ତୁନା ଭାଇ
ଗାଧୋଇକି ଗଙ୍ଗାଜଳେ।୧୦
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

Removal of dart - Dr Suresh Chandra Sarangi

Let me tell you the truth, You must be good and pure . Nourish your body and mind By performing good deeds. There is no good in doing That unless you hold. If there is dart and dust in a mirror, We can’t see our image , So ignorance and […]

Subscribe US Now