ତୁମେ କେଉଁଠି – ପବିତ୍ର ବେହେରା

Views: 38
1 0
Read Time:2 Minute, 14 Second

“”””””କେଉଁଠି ତୁମେ””””””

ହେ ମୋ ଅଳସୀ ନିଦ ର ଲାବଣ୍ୟବତୀ
ହେ ମୋ ଚଞ୍ଚଳ ପ୍ରେମ ର ମୋଉନାବତୀ

“””” କେଉଁଠି ତୁମେ”””

କୁଲାଡ ଗଡ ଦୁର୍ଗରେ ଭାଙ୍ଗି ପଡିଥିବା ପାହାଚରେ ଅଛ ନା’
ଆକଶ ବକ୍ଷ ର ନୀଳ ସାଗର ରେ ଲୁଚି ଅଛ।

“”””” କେଉଁଠି ତୁମେ”””

ନୟାଗଡ ରାଜକୁମାରୀ,କୋଟିବ୍ରହ୍ମାଣ୍ତ ସୁନ୍ଦରୀ,
ଅନନ୍ଦରେଖା, କଳାବତୀ,ରସରେଖା,ଈସ୍ପିତା,ଐଶ୍ଵର୍ଯ୍ୟ।

“””””” କେଉଁଠି ତୁମେ “”””

ହେ ଲାବଣ୍ୟବତୀ ମୁଁ ତୋ ଯୋଗୀଟିଏ,କବିଟିଏ
ନିଳଜହ୍ନ ରାତିରେ ମିଞ୍ଜି ମିଞ୍ଜି ଜଳୁଥିବା ସଞ୍ଜଟିଏ।

“”””” କେଉଁଠି ତୁମେ””””

ଖୋଜିଲି ଚନ୍ଦ୍ରଭାଗା ର ସମୁଦ୍ର ତଟରେ
ଖୋଜିଲି ଘଞ୍ଚ ଅରଣ୍ୟ ର ଅଶୋକ ବଣରେ।
ଅଛି ତୁମ ପଦ ଚିହ୍ନ ଅର୍କ କ୍ଷେତ୍ରର ନୃତ୍ୟ ମଣ୍ଡପରେ
କିନ୍ତୁ ପାହିଲି ନାହିଁ ତୁମକୁ ।

ହେ ମୋର ଲାବଣ୍ୟବତୀ� କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

“”””” କେଉଁଠି ତୁମେ”””

ପବିତ୍ର ବେହେରା
ଗଞ୍ଜାମ,ବାହାଲପୁର
୭୭୮୮୮୮୬୬୦୨

Share this :
Next Post

ଅଭାବ - ଦୀନବଂଧୁ ବେଜ

ଗାଡିଘୋଡା , ଚାକର ବାକର ମଉଜ ମସ୍ତି ଓ ଗହଣା ଗାଣ୍ଠି , ଖିରିପୁରି ପିଠାପଣା ଖୁସିବାସି ସବୁ ଆଣ୍ଟକରି ଧରିଛି ତଣ୍ଟି । ବଦ ହଜମ ଅଥବା ବଦଖର୍ଚ୍ଚ ବ୍ୟସ୍ତ ଭିତରେ ସମୟ ଅଭାବ, ଗହଳି ଚହଳିରେ ଅଣନିଶ୍ଵାସ ପ୍ରାୟ ନଇରେ ବୁଡ଼ୁଥିବା ନାଵ। ବଡ଼ ବାଉଁଶରେ ବେଶି ପୋଲ ନଈବାଲି ପରି ଟଙ୍କା ଓ ପଇସା, ଘୋର ଜଞ୍ଜାଳରେ ମାଡ଼ି ଆସି ଗର୍ବକୁ ଦିଗୁଣିତ କରୁଛି ସହସା […]

Subscribe US Now