ଦେଖିବା – ସୁକାନ୍ତ ଖଣ୍ଡା

Views: 5
0 0
Read Time:1 Minute, 51 Second

ଦେଖିବା ସଭିଙ୍କ ଅଭିଳାଷ ଥାଏ
ନୂତନ ଜାଣିଲେ ସ୍ଥାନ
ପର୍ଯ୍ଯଟନ ସ୍ଥଳୀ ଅବା ଧର୍ମପୀଠ
ଦେଖିବାକୁ କନକନ।୧
ହାଇଁପାଇଁ ହୁଏ ଯେମିତି ଭୋକଟା
ବେଳୁବେଳୁ ବଢୁଅଛି
ଦେଖାବାର ପାଇଁ ଆହା କି ନିଶାଟେ
କାମନାରେ ସଢୁଅଛି?୨
ପୁରୀ ବୃନ୍ଦାବନ ଗଙ୍ଗା ଆଉ ଗୟା
ପବିତ୍ର ଧର୍ମର ପୀଠ
ଯେତେ ଦେଖୁଥିଲେ ନୂଆ ଲାଗୁଥାଏ
ସର୍ବଦା ଲୋକଙ୍କ ଗୋଠ।୩
କେତେ ଭଲ ଲାଗେ ଦେଖିବାକୁ ଗଲେ
ମନ ଓ ହୃଦୟ ଶାନ୍ତି
ଭୁଲିଯାଉ ଦୁଃଖ ଶୋକ ଅବା ଚିନ୍ତା
ଦେଖିବା ନୂତନ ପ୍ରୀତି।୪
ହେ ଭାଇ ଭଉଣୀ ନ ଦେଖିଛ ଯଦି
ଦେଖିବା ହୁଅନ୍ତୁ ଥରେ
ମନ ଓ ହୃଦୟ ସନ୍ତୋଷ ହୋଇବ
ବସିରହୁ କିଆଁ ଘରେ?୫

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଝିଅ ଜୀବନ - ସୋନାଲି ସ୍ବପ୍ନା ପାତ୍ର

  ଝିଅଟିଏ ବୋଲି ଜଣା ପଡିଗଲେ ଗରଭରେ ମରେ ସେହି, କାହିଁକି ବୁଝେନା ମନର ବେଦନା ନୃଶଂସ ମଣିଷ ଏହି । ବଢିଲା ଝିଅର ଉପରେ ନଜର ପୁଣି ସୃଷ୍ଟି କେତେ ଭୟ, ଧର୍ଷଣ,କଷଣ ସବୁ ତା’ ପାଇଁ ହୋଇଥାଏ ଅସହାୟ । ଝିଅଟିଏ ହୋଇ ଜନ୍ମ ନେବା ବୋଧେ ସମାଜ ଭାବୁଛି ପାପ, ସ୍ରଷ୍ଟାଙ୍କ ସୃଷ୍ଟିରେ ଝିଅଟିଏ ଯିଏ ସିଏ ଏକ ଅଭିଶାପ । ସୋନାଲି ସ୍ବପ୍ନା ପାତ୍ର […]

Subscribe US Now