ପରିବେଶ ସୁରକ୍ଷା ପାଇଁ ଆମର କର୍ତ୍ତବ୍ଯ – ସୁକାନ୍ତ ଖଣ୍ଡା

Views: 7
0 0
Read Time:5 Minute, 48 Second

ଆମେ ଜଣେ ଜଣେ ବଡ଼ ଆଉ ଭଲ ମଣିଷ
ଆମକୁ ପରିବେଶ ସଫା କରିବାକୁ ହେବ
ଏ କଥା ତୁ ଭାବି ପାରିଲୁ କେମିତି?
ଆମେ କି ନୀଚ୍ଚ କୁଳରେ ଜନ୍ମ??
କହୁଥିଲେ ସେମାନେ ଯେଉଁମାନେ
ଉଚ୍ଚ ପଦ ପଦବୀରେ ଆସ୍ଥାନ ଜମେଇ ମାଡି଼ ବସିଥିଲେ।
ଟିକି ଶିଶୁଟିଏ ଶୁଣି କହିଲା
ଆଜ୍ଞା !
ପରିବେଶ ନଷ୍ଟ କଲାବେଳେ ଧୁରନ୍ଧର
ଅଥଚ ନିଜ ସ୍ବଚ୍ଛତା ନିଜେ ରକ୍ଷା କରିବାକୁ
କୁଣ୍ଠାବୋଧ କାହିଁକି?
ଦେଖନ୍ତୁ !
ମୋର ବୟସ ମାତ୍ର ପାଞ୍ଚବର୍ଷ
ଦୁନିଆଁର କିଛି ବି ଜାଣିନି
ତଥାପି ମୋର ସୁରକ୍ଷା ଆଉ କର୍ତ୍ତବ୍ଯ କରିବାର ଅଛି
ଯେମିତି କାଉ ସ୍ବେଚ୍ଛାରେ କରେ
ବିଲୁଆ ବି କାହା ଆଦେଶରେ ନୁହେଁ
ଆପଣମାନେ କିନ୍ତୁ ନିଜ ଅଫିସ ସହିତ
ଆମ ଘର ପରିବେଶ ଅସନା କରି ଦେଲଣି
ଆଉ ବି ନଷ୍ଟ କରି ଦେଲଣି ନିଜକୁ ବି ନିଜେ।
ଏ କଥା ଶୁଣୁଥିଲେ ସେମାନେ ଯେଉଁମାନେ
ଉଚ୍ଚ ପଦବୀକୁ ମାଡି଼ ବସିଥିଲେ
ଜଣେ ନିଜ ଗୋଡ଼କୁ ଚାପୁଡେ଼ ମାରିଲା
ଆଉ ଜଣେ ଦୌଡି଼ ପଳେଇଲା ଦୁଇ କରିବାକୁ
ତୃତୀୟ ଜଣଙ୍କ କହିଲା ବାବୁରେ
ମୋତେ ବି ଯିବାକୁ ଦିଅ
ଶିଶୁଟି କିନ୍ତୁ ଅଟକାଇ କହିଲା
ପରିବେଶ ସୁରକ୍ଷା ନ ହେବାରୁ
ମଶା ଖାଇଗଲେ ତ ଜଣେ ଚାଲିଗଲା
ଆଉ ଜଣେ ଝାଡା଼ ରୋଗରେ ଛଟପଟ
ଅଥଚ ଆପଣ…।
ଲୁହ ଗଡେ଼ଇଲା ପାଖରେ ଥିବା ଲୋକଟି
ଯିଏ ବେଶି ଭଲ ଆଉ ବଡ଼ବଡ଼ କଥା କହୁଥିଲା
ତାକୁ ଜଣା ଗଲା କି ଏ ଶିଶୁ ହିଁ ମହାତ୍ମା ଗାନ୍ଧୀଙ୍କର ରୂପ
ଉଭା ଆଜି ସଚେତନ ସକାଶେ
ସେମାନେ ତ ଆସୁଥିବା ଅର୍ଥକୁ ହଡ଼ପ କରୁଥିଲେ
ବିଲକୁଲ ପରିବେଶ ସଫା
ନିଜେ ନୁହଁ କି ଆଉ କାହା ଦ୍ବାରା ବି ନୁହଁ?
ସେ ଅନୁତାପ ଗ୍ଳାନିରେ ଆଶ୍ବାସନା ଦେଇ କହିଲା
ଆସନ୍ତା କାଲିକୁ ପରିବେଶ ସଫା କରିଦେବୁ
ଏ କଥା ଶୁଣି ହସିଦେଲା ଶିଶୁଟି
ଯେମିତି ଆକାଶର ଦ୍ବିତୀୟା ଚାନ୍ଦ।
ପରଦିନ ପରିବେଶ ସଫା ହୋଇଗଲା
ଯିଏ ଚେତେଇ ଦେଇଥିଲା
ଧନ୍ଯବାଦ ନୁହଁ,କୋଟିଏ ପ୍ରଣାମ ପାଇଁ
ଆଗେଇ ଆସିଲେ।
ସତରେ !
ପରିବେଶ ସୁରକ୍ଷା ଆମର ହିଁ କର୍ତ୍ତବ୍ଯ
ଯିଏ ଆମ ଶରୀରକୁ ରକ୍ଷା କରେ
ରୋଗ,ଶୋକ ଆଉ ଦୁଃଖରୁ ନିବୃତ୍ତି ସକାଶେ।
ଶିଶୁଟି ପରଦିନ ସେମାନଙ୍କୁ ଯାଇ କ୍ଷମା ମାଗିଲା
କିନ୍ତୁ ସେମାନେ ଲୁହରେ ଭିଜିଗଲେ
ଗୁରୁରୂପୀ ଗାନ୍ଧୀ ବୋଲି
ନିଜକୁ ହେଜିଲେ
ଆଉ ଭରିଦେଲେ କେତେ ପୁରସ୍କାର
ଯାହା ଶିଶୁଟିର ଦାରିଦ୍ରତା ଦୂର ହୋଇଗଲା।

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ମନକୁ ନକର ଗେଳିଆ - ସୀମାଞ୍ଚଳ ପଣ୍ଡା

  ମନରେ    ଜଗତ    ହୁଏ   ଆତଯାତ ଲୋଡିଲେ ବିବେକ ବତାଏ ବାଟ, ମନକୁ    ଗୋଳିଆ   କଲେ ବିଟାଳିଆ ହୋଇ  କରିଥାଏ  ଅବୁଝା ନାଟ। ମନ   ଥିଲେ  ଭଲ   କରମେ   ଅସଲ ଫଳ ଲଭେ  ନର  ସରଳେ  ଅତି, ମନର   ଭାବନା    ଥିଲେ    ଆନମନା ହୁଅଇ    ବିଷମ    ଫଳ   ପ୍ରାପତି, ମନକୁ   ସଜାଡ଼ି   ଆଗେ   ଚାଳ  ଗାଡ଼ି ମନୋବଳେ ପାର  ହୋଇବ […]

Subscribe US Now