ଝିଅ ଜୀବନ – ସୋନାଲି ସ୍ବପ୍ନା ପାତ୍ର

Views: 35
0 0
Read Time:1 Minute, 4 Second

 

ଝିଅଟିଏ ବୋଲି ଜଣା ପଡିଗଲେ
ଗରଭରେ ମରେ ସେହି,
କାହିଁକି ବୁଝେନା ମନର ବେଦନା
ନୃଶଂସ ମଣିଷ ଏହି ।

ବଢିଲା ଝିଅର ଉପରେ ନଜର
ପୁଣି ସୃଷ୍ଟି କେତେ ଭୟ,
ଧର୍ଷଣ,କଷଣ ସବୁ ତା’ ପାଇଁ
ହୋଇଥାଏ ଅସହାୟ ।

ଝିଅଟିଏ ହୋଇ ଜନ୍ମ ନେବା ବୋଧେ
ସମାଜ ଭାବୁଛି ପାପ,
ସ୍ରଷ୍ଟାଙ୍କ ସୃଷ୍ଟିରେ ଝିଅଟିଏ ଯିଏ
ସିଏ ଏକ ଅଭିଶାପ ।

ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା, କଟକ

Share this :
Next Post

ହେ ଶିବ ଶଙ୍କର - ଅମରଜିତ୍ ମଲ୍ଲିକ

ଆଣି ଗୋରସ ଶିବଙ୍କ ପାସ ଢାଳିଦେବ ତାଙ୍କ ମୁଣ୍ଡେ କାର୍ତ୍ତିକ ମାସ ସବୁଠୁ ଶ୍ରେଷ୍ଠ ନାମ ତାଙ୍କ ଥାଉ ତୁଣ୍ଡେ।।୧। ଦୁରୁଦୁରା ଆଉ ଗଇସ ଫୁଲ ତ୍ରିସାଖା ବେଲ ପତ୍ରର ଶାନ୍ତି କରିବ ସୋମ ବାରରେ ଏସବୁ ନେଇ ଥାଳର।।୨। କେତେ ନାମରେ କେତେ ଯାଗାରେ ପୂଜିତ ହେଉଛ ତୁମେ ତୁମ ସେବାରେ ଅବହେଳାରେ ଦେଖାଇ ଦିଅ କର୍ମେ।।୩। ହେ ଶିବଶମ୍ଭୁ ତ୍ରିନେତ୍ର ଧାରି ସବୁ ଦେଖୁଥାଅ ବୋଲି ପାପ […]

Subscribe US Now