ହେ ଶିବ ଶଙ୍କର – ଅମରଜିତ୍ ମଲ୍ଲିକ

Views: 10
2 0
Read Time:2 Minute, 33 Second

ଆଣି ଗୋରସ ଶିବଙ୍କ ପାସ
ଢାଳିଦେବ ତାଙ୍କ ମୁଣ୍ଡେ
କାର୍ତ୍ତିକ ମାସ ସବୁଠୁ ଶ୍ରେଷ୍ଠ
ନାମ ତାଙ୍କ ଥାଉ ତୁଣ୍ଡେ।।୧।
ଦୁରୁଦୁରା ଆଉ ଗଇସ ଫୁଲ
ତ୍ରିସାଖା ବେଲ ପତ୍ରର
ଶାନ୍ତି କରିବ ସୋମ ବାରରେ
ଏସବୁ ନେଇ ଥାଳର।।୨।
କେତେ ନାମରେ କେତେ ଯାଗାରେ
ପୂଜିତ ହେଉଛ ତୁମେ
ତୁମ ସେବାରେ ଅବହେଳାରେ
ଦେଖାଇ ଦିଅ କର୍ମେ।।୩।
ହେ ଶିବଶମ୍ଭୁ ତ୍ରିନେତ୍ର ଧାରି
ସବୁ ଦେଖୁଥାଅ ବୋଲି
ପାପ ବଢିଲେ ପାପିଙ୍କ ନାସେ
ତିନି ନେତ୍ର ଦିଅ ଖୋଲି।।୪।
ତୁମ ସେବାରେ ସୋମ ବାରରେ
ଯେ ପ୍ରାଣୀ ଦିଅଇ ମନ
ତାହାର ଆଶାକୁ ପୂରଣ କର
ନହଜେ କେବେ ତା ଜ୍ଞାନ।।୫।
ତୁମରି ନାମ ତୁଣ୍ଡରେ ଧରି
ବେଢ଼ାରେ ବୁଲି ଆସିଲେ
ମନ ପବିତ୍ର ତନ ପବିତ୍ର
ଦିନ କଟଇ ଭଲେ।।୬।
ତ୍ରୀଶୁଳ ଧାରି ଶିବଶଙ୍କର
ତୁମ ସେବେ କାଟି ଦିନ
ବୈକୁଣ୍ଠ ପ୍ରାପ୍ତି ହୋଇବ ପ୍ରଭୁ
ତୁମ ପାଖେ ଥାଉ ଧ୍ୟାନ।।୭।

ଅମରଜିତ୍ ମଲ୍ଲିକ
ନୂଆମଙ୍ଗରାଜ ପୁର, ବଡମ୍ବା,
କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଓଡିଆ ପୁଅ - ସୀମାଞ୍ଚଳ ପଣ୍ଡା

  ଓଡ଼ିଆ      ପୁଅର     ଗୁଣ  ଗାରିମାର ତୁଲ କେହୋଇବ ଜଗତ ବାସୀ, ସଂସାର   ତା’ଠାର    ଏକ   ପରିବାର ସବୁରି ମେଳରେ ସର୍ବଦା  ଖୁସି। ବୀରତ୍ୱ    ତାହାର    ନାହିଁ   ପଟାନ୍ତର ଖାରବେଳଶିଳାଦେହରେଲେଖେ, କପୀଳେନ୍ଦ୍ର   ଅବା   ପୁରୋସ୍ତମ  ଦେବ ଇତିହାସ   ତା’ର  ପ୍ରମାଣ ରଖେ, ଯୁଦ୍ଧ    ରକ୍ତପାତ   ହୋଇଛି    ଅନେକ ଜନ୍ମ  ଭୂମି   ପାଇଁ  ଲଢ଼ିଛି   ହସି, ଓଡ଼ିଆ     ପୁଅର  […]

Subscribe US Now