ଓଡିଆ ପୁଅ – ସୀମାଞ୍ଚଳ ପଣ୍ଡା

Views: 6
0 0
Read Time:2 Minute, 55 Second

 

ଓଡ଼ିଆ      ପୁଅର     ଗୁଣ  ଗାରିମାର
ତୁଲ କେହୋଇବ ଜଗତ ବାସୀ,
ସଂସାର   ତା’ଠାର    ଏକ   ପରିବାର
ସବୁରି ମେଳରେ ସର୍ବଦା  ଖୁସି।

ବୀରତ୍ୱ    ତାହାର    ନାହିଁ   ପଟାନ୍ତର
ଖାରବେଳଶିଳାଦେହରେଲେଖେ,
କପୀଳେନ୍ଦ୍ର   ଅବା   ପୁରୋସ୍ତମ  ଦେବ
ଇତିହାସ   ତା’ର  ପ୍ରମାଣ ରଖେ,
ଯୁଦ୍ଧ    ରକ୍ତପାତ   ହୋଇଛି    ଅନେକ
ଜନ୍ମ  ଭୂମି   ପାଇଁ  ଲଢ଼ିଛି   ହସି,
ଓଡ଼ିଆ     ପୁଅର     ଗୁଣ    ଗାରିମାର
ତୁଲ କେ ହୋଇବ ଜଗତ ବାସୀ।

କଳା  କୃତି     ସାର      ଓଡ଼ିଆ ପୁଅର
କୋଣାର୍କେସୂଚ୍ୟଗ୍ରେ ଶିଳାରେଦେଖ,
ବଣିଜ   ବେପାର   ସାତ    ସିନ୍ଧୁ  ପାର
ଜାଭା   ବୋରନିଓ   ବାଲି  ପରଖ।

ଶାସନ   ସଂସ୍କାର   ସାମ୍ରାଜ୍ୟ    ବିସ୍ତାର
ଧରମ   ଆତିଥ୍ୟ    ବୀରତ୍ୱ  ଗାଥା,
ଧରମା   ବାଜିଆ   ରଖି   ଗଲେ  ନାଆଁ
ତେଜିଲେ ପରାଣ    ରଚିଲେ  କଥା,
ମଧୁ      ଗୋପବନ୍ଧୁ     ସଂସାରର  ବନ୍ଧୁ
ସାଜନ୍ତି ସେବାରେ  ସଂସାର  ତୋଷି,
ସଂସାର    ତା’ଠାର    ଏକ  ପରିବାର
ସବୁରି    ମେଳରେ   ସର୍ବଦା  ଖୁସି।

ଜଗନ୍ନାଥ    ତା’ର    ଜଗତ    ଠାକୁର
ସଂସାର  ଚାଳନ୍ତି   ଶ୍ରୀକ୍ଷେତ୍ରେ  ବସି,
ଓଡ଼ିଆ    ବଢ଼ିଆ    ସବୁରେ   ଆଗୁଆ
ଶାଶ୍ୱତ   ପ୍ରେମରେ   ନିଏ  ଆକର୍ଷି।

ସୀମାଞ୍ଚଳ ପଣ୍ଡା

ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ,

 

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ପରିବେଶ ସୁରକ୍ଷା ପାଇଁ ଆମର କର୍ତ୍ତବ୍ଯ - ସୁକାନ୍ତ ଖଣ୍ଡା

ଆମେ ଜଣେ ଜଣେ ବଡ଼ ଆଉ ଭଲ ମଣିଷ ଆମକୁ ପରିବେଶ ସଫା କରିବାକୁ ହେବ ଏ କଥା ତୁ ଭାବି ପାରିଲୁ କେମିତି? ଆମେ କି ନୀଚ୍ଚ କୁଳରେ ଜନ୍ମ?? କହୁଥିଲେ ସେମାନେ ଯେଉଁମାନେ ଉଚ୍ଚ ପଦ ପଦବୀରେ ଆସ୍ଥାନ ଜମେଇ ମାଡି଼ ବସିଥିଲେ। ଟିକି ଶିଶୁଟିଏ ଶୁଣି କହିଲା ଆଜ୍ଞା ! ପରିବେଶ ନଷ୍ଟ କଲାବେଳେ ଧୁରନ୍ଧର ଅଥଚ ନିଜ ସ୍ବଚ୍ଛତା ନିଜେ ରକ୍ଷା କରିବାକୁ କୁଣ୍ଠାବୋଧ […]

Subscribe US Now