ଅନ୍ତରଙ୍ଗ ବନ୍ଧୁ – ବାସନ୍ତି ଲତା ଜେନା

Views: 9
0 0
Read Time:3 Minute, 9 Second

 

ଦୁଃଖ ସୁଖ ଭରା ଜୀଵନ ପଥରେ
ବନ୍ଧୁ ଦରକାର ହୁଏ
ମନ କଥା ଖୋଲି କହିଲେ ବନ୍ଧୁରେ
ମନ ଶାନ୍ତ ହୋଇ ଯାଏ l ୧l
ଭଲ ବନ୍ଧୁଟିଏ ଜୀବନରେ ଥିଲେ
ଆଉ କିଛି ଲୋଡ଼ା ନାହିଁ
ଆପଦେ ବିପଦେ ସାହା ହୋଇଥାଏ
ଦୁଃଖ ଯାଏ ତ ଦୂରେଇ l ୨l
ଏସାର ଦୁନିଆ ସ୍ୱାର୍ଥରେ ଭରିଛି
ସ୍ୱାର୍ଥର ସାରଥୀ ହୋଇ
ସ୍ୱାର୍ଥ ସରିଗଲେ ଦୂରେଇ ଯାଆନ୍ତି
ବିପଦରେ ଦେଖା ନାହିଁ l ୩l
ସ୍ୱାର୍ଥପର ବନ୍ଧୁ ଗରଳ ସଦୃଶ୍ୟ
ତା’ଠାରୁ ରହିବ ଦୂର
ଉପଯୁକ୍ତ ବନ୍ଧୁ ଜଣେ ଯଦି ଥିବ
ଦୁନିଆ ଲାଗେ ସୁନ୍ଦର l ୪l
ବନ୍ଧୁ ପରି ବନ୍ଧୁ କୃଷ୍ଣ ହୋଇ ଥିଲେ
ଶ୍ରୀକୃଷ୍ଣ ସୁଦାମା ଜାଣ
ସୁଗ୍ରୀବ ରାମଙ୍କ ବନ୍ଧୁତ୍ୱର ପ୍ରେମ
ଇତିହାସ କରେ ଗାନ l ୫l
କୃଷ୍ଣ ଅର୍ଜୁନଙ୍କ ବନ୍ଧୁତ୍ୱର ଗାଥା
ଯୋଗପ ଯୋଗୀ ହୋଇଛି
ବନ୍ଧୁ ମହାନ୍ତିଙ୍କ ଜଗନ୍ନାଥ ପ୍ରେମ
ସଂସାର ତ ଗାଉ ଅଛି l ୬l
ପ୍ରକୃତ ବନ୍ଧୁର ସରଳ ହୃଦୟ
ଛନ୍ଦ କପଟ ନ ଥାଏ
ନିଃସ୍ୱାର୍ଥ ପ୍ରେମରେ ବନ୍ଧା ହୋଇ ଥାଏ
ତା ପରି କେହି ନ ହୁଏ l ୭l
ବନ୍ଧୁ ଶବ୍ଦ ପରା ପବିତ୍ର ଅଟଇ
ବନ୍ଧୁ ତ ସାହସ ଶକ୍ତି
ଅନ୍ତରଙ୍ଗ ବନ୍ଧୁ ଜଣେ କେହି ଥିଲେ
ମିଳି ଥାଏ ମନେ ଶାନ୍ତି l ୮l

ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ନୈସ୍ବର୍ଗ୍ଯ ପ୍ରେମ - ସରୋଜ କୁମାର ସାହୁ

  ଭୁଲି ଯାଏ ସବୁ ଦୁଃଖ ଯନ୍ତ୍ରଣାର ମୋହ ଆକାଶର ଛାଇ ତଳେ ଥିଲେ ଦୁଇ ଦେହ। ଯୋଡି ହୁଏ ଏକାନ୍ତରେ ପ୍ରେମ ମିଠାସ୍ମୃତି ମାଗେ ନାହିଁ ଅଧିକାର ବିଷାଦର ତାତି । ପବନର ତାଳ ଦେଇ ଉଡି ଆସେ ହସ ଆଖି ଦୁଇ ମାପି ନିଏ ହୃଦୟର ଶୋଷ । ଇଚ୍ଛା ଆଉ ଅଭିଳାଷ ଅନ୍ତ ହୁଏ ମଧ୍ୟେ ବିଶ୍ବାସର ସୂତା ଖିଅ ଆପେ ଆପେ ବାନ୍ଧେ । […]

Subscribe US Now