ନୈସ୍ବର୍ଗ୍ଯ ପ୍ରେମ – ସରୋଜ କୁମାର ସାହୁ

Views: 22
1 0
Read Time:1 Minute, 20 Second

 

ଭୁଲି ଯାଏ ସବୁ ଦୁଃଖ
ଯନ୍ତ୍ରଣାର ମୋହ
ଆକାଶର ଛାଇ ତଳେ
ଥିଲେ ଦୁଇ ଦେହ।
ଯୋଡି ହୁଏ ଏକାନ୍ତରେ
ପ୍ରେମ ମିଠାସ୍ମୃତି
ମାଗେ ନାହିଁ ଅଧିକାର
ବିଷାଦର ତାତି ।
ପବନର ତାଳ ଦେଇ
ଉଡି ଆସେ ହସ
ଆଖି ଦୁଇ ମାପି ନିଏ
ହୃଦୟର ଶୋଷ ।
ଇଚ୍ଛା ଆଉ ଅଭିଳାଷ
ଅନ୍ତ ହୁଏ ମଧ୍ୟେ
ବିଶ୍ବାସର ସୂତା ଖିଅ
ଆପେ ଆପେ ବାନ୍ଧେ ।
ମରୁଦ୍ୟାନ ପାଦ ଦେଶେ
ଉଡେ ପ୍ରଜାପତି
ନୈସ୍ବର୍ଗ୍ୟ ପ୍ରେମ ଦେହେ
ଛୁଏଁ ନାହିଁ ରାତି ।

ସରୋଜ କୁମାର ସାହୁ
ଆଠଗଡ଼ .କଟକ

Share this :
Next Post

ଜୀବନର ଦୀପ ଲିଭି ଲିଭି ଆସେ - ସାଗର କୁମାର ପରିଡା

  ଜୀବନର ଦୀପ ଲିଭି ଲିଭି ଆସେ ମରତ ଉପରେ ମୋର ଶମନ ପୁରରୁ ଚିଠି ଆସିଲାଣି ଗଣ୍ଠିଲି ବାନ୍ଧ ଏଥର ।। ଅମୂଲ୍ୟ ମାନବ ଜୀବନ ବିଭୁଙ୍କ ଆଶିଷ ବଳରେ ପାଇ ଧନ ଦାରା ସୁତ ନାମ ଯଶ ପଛେ ସାରିଦେଲି ଧାଇଁ ଧାଇଁ ।। ହରି ନାମ ମୁଖେ ନ ଧରିଲି କେବେ ବୃଥା ଅଂହଙ୍କାରେ ଜଡି ସୁକର୍ମକୁ ତେଜି କୁକର୍ମରେ ମଜ୍ଜି ପାପ ପଙ୍କେ  ଗଲି […]

Subscribe US Now