ଜୀବନର ଦୀପ ଲିଭି ଲିଭି ଆସେ – ସାଗର କୁମାର ପରିଡା

Views: 5
0 0
Read Time:3 Minute, 7 Second

 

ଜୀବନର ଦୀପ ଲିଭି ଲିଭି ଆସେ
ମରତ ଉପରେ ମୋର
ଶମନ ପୁରରୁ ଚିଠି ଆସିଲାଣି
ଗଣ୍ଠିଲି ବାନ୍ଧ ଏଥର ।।
ଅମୂଲ୍ୟ ମାନବ ଜୀବନ ବିଭୁଙ୍କ
ଆଶିଷ ବଳରେ ପାଇ
ଧନ ଦାରା ସୁତ ନାମ ଯଶ ପଛେ
ସାରିଦେଲି ଧାଇଁ ଧାଇଁ ।।
ହରି ନାମ ମୁଖେ ନ ଧରିଲି କେବେ
ବୃଥା ଅଂହଙ୍କାରେ ଜଡି
ସୁକର୍ମକୁ ତେଜି କୁକର୍ମରେ ମଜ୍ଜି
ପାପ ପଙ୍କେ  ଗଲି ବୁଡି ।।
ଗୀତା,ଭାଗବତ ପଢିବା ପାଇଁକି
କେବେ ମନ ନ ବଳିଲା
ଗୁରୁପଦ ସେବା  କେମିତି କରିବି
ଅର୍ଥ ପ୍ରେମିକା ସାଜିଲା ।।
କାମିନୀ କାଞ୍ଚନ ପଛେ ଧାବମାନ
ହୋଇ ସାରିଦେଲି କାଳ
ଏବେ ସେହିକାଳ ହୋଇ ମହାବଳ
ସାରିଦିଏ ମୋର ଖେଳ।।
ଅସାର ସଂସାରେ ସୁଖ ଖୋଜୁ ଖୋଜୁ
ସରିଗଲା ମୋ ଆୟୁଷ
ରୋଗ ଜରା ବ୍ୟାଧି ହେଲେ ତନୁସାଥି
ନମିଳେ ସୁଖ ପୀୟୂଷ।।
ପିତା ମାତା ସେବା କରିବା ପାଇଁକି
ସମୟ ଅଭାବ ଘୋର
ତାମସିକ ଗୁଣେ ବନ୍ଧିତ ଜୀବନ
ସତେ କି ନରକ ଦ୍ୱାର ।।
ଚଉରାଶି ଲକ୍ଷ ଯୋନି ଭ୍ରମି ଭ୍ରମି
ମୋକ୍ଷ ପାଇବାର ଆଶେ
ପାଇଥିଲି ଯେଉଁ ମାନବ ତନୁଟି
ପଡ଼େ ଏବେ ଯମ ଫାଶେ।।
ହେ ନୀଳକନ୍ଦର ସିନ୍ଧୁସୁତା ପତି
ତୁମେ ନ ହେଲେ ଭରଷା
ବୈକୁଣ୍ଠ ପୁରକୁ  ଯାଇ ନ ପାରିବି
ଭୋଗିବି ଘୋର ଦୁର୍ଦ୍ଦଶା ।।

ସାଗାର କୁମାର ପରିଡା
ବଡ଼ମ୍ବା,କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଯାରେ ଭାସି ଭାସି ଯା - ଦମୟନ୍ତୀ ରଥ

  ଯାଆ ଯାଆରେ ଭାସି ଯାଆ……ମୋ ଆ-କା-ମା-ବୈ ଭାସି ଯାଆ ନୀଳ ଦରିଆ……ନୀଳ ଢେଉରେ….ନାଚି ନାଚି ଭାସିଯାଆ…… ,ନୂଆ ସନ୍ଦେଶ…..ନେଇଯାଆ…….(୨ଥର) ଯାଆ….ଯାଆରେ……ଭାସିଯାଆ………..ଆ…..(୦) ଏଇ କାର୍ତ୍ତିକ ପୁନେଇ ଦିନେ…….ଆମ ସାଧବ ପୁଅ ମାନେ ସାତ ଦରିଆ ପାରି ହୋଇ………ନୌବାଣିଜ୍ୟେ ପୋତ ନେଇ ଶୁଭ ମାଙ୍ଗଲ୍ୟେ ଶୁଭବେଳା ବୋହି ଆଣୁଥିଲେ ହୀରା ଲୀଳା… ଜାଭା ସୁମାତ୍ରା ଦ୍ଵୀପେ ଭାସିଯାଏ ସାଧବ ର ନାଆ……….ଆଆ….ଆ…(୨ଥର) ଯାଆ ଯାଆରେ ଭାସିଯାଆ ……………….ଆ……………(୧) ଆମ ଉତ୍କଳ ର […]

Subscribe US Now