ଯାରେ ଭାସି ଭାସି ଯା – ଦମୟନ୍ତୀ ରଥ

Views: 29
0 0
Read Time:3 Minute, 29 Second

 

ଯାଆ ଯାଆରେ ଭାସି ଯାଆ……ମୋ ଆ-କା-ମା-ବୈ ଭାସି ଯାଆ
ନୀଳ ଦରିଆ……ନୀଳ ଢେଉରେ….ନାଚି ନାଚି ଭାସିଯାଆ……
,ନୂଆ ସନ୍ଦେଶ…..ନେଇଯାଆ…….(୨ଥର)
ଯାଆ….ଯାଆରେ……ଭାସିଯାଆ………..ଆ…..(୦)

ଏଇ କାର୍ତ୍ତିକ ପୁନେଇ ଦିନେ…….ଆମ ସାଧବ ପୁଅ ମାନେ
ସାତ ଦରିଆ ପାରି ହୋଇ………ନୌବାଣିଜ୍ୟେ ପୋତ ନେଇ
ଶୁଭ ମାଙ୍ଗଲ୍ୟେ ଶୁଭବେଳା
ବୋହି ଆଣୁଥିଲେ ହୀରା ଲୀଳା…
ଜାଭା ସୁମାତ୍ରା ଦ୍ଵୀପେ
ଭାସିଯାଏ ସାଧବ ର ନାଆ……….ଆଆ….ଆ…(୨ଥର)
ଯାଆ ଯାଆରେ ଭାସିଯାଆ ……………….ଆ……………(୧)

ଆମ ଉତ୍କଳ ର ଚାରୁକଳା……..ପୂଣ୍ଣ୍ୟ ସଂସ୍କୃତି ଓ ପରମ୍ପରା
କୂଳେ ଲାଗଇ ବୋଇତ ଭେଳା……ଝିପି ଝିପି ଆଷାଢ ରେ ପରା
ବନ୍ଦାନ୍ତି ଯେ କୂଳ ସୀମନ୍ତିନୀ
ସାଥେ ଶଙ୍ଖ ହୁଳହୁଳି ଘେନି
ଧନ ଐଶୁର୍ଯ୍ୟେ ଭରୁ
ମାଆ ମଙ୍ଗଳା ହୁଅ ସାହା……..ଆ….ଆ………(୨ଥର)
ଯାଆ ଯାଆରେ ଭାସି ଯାଆ………………ଆ……….(୨)

ମନେ ପଡଇ ଅତୀତ ସ୍ମୃତି………ସାକ୍ଷୀ କାର୍ତ୍ତିକ ପୁନେଇ ତିଥି
ନଦୀ ପଠା ର ବାଲିଯାତରା………..ଭଳିଭଳିକା ବସେ ପସରା
ଠୁଙ୍କାପୁରି ଚାର୍ଟ ଦହିବରା
ନୃତ୍ୟ ଗୀତେ ଝୁମେ ରାତି ସାରା
ଓଡିଆ ର ସ୍ଵାଭିମାନ………
,ଯୁଗେ ଯୁଗେ ରହିଥାଆ……..ଆ…..ଆ……(୨ଥର)
ଯାଆ ଯାଆରେ ଭାସି ଯାଆ…….ମୋ ଆ-କା-ମା-ବୈ ଭାସିଯାଆ…..(୩)
ନୀଳ ଦରିଆ …..ନୀଳ ଢେଉରେ…..
ନାଚି ନାଚି …….ଭାସିଯାଆ……ଆ……ଆ……..
ଯାଆ ଯାଆରେ………ଭାସି…….ଯାଆ……..

ଦମୟନ୍ତୀ ରଥ
ପ୍ରଧାନ ଶିକ୍ଷୟିତ୍ରୀ,ନରସିଂହପୁର,କଟକ

Share this :
Next Post

ନାମରସ ପାନ କରେ ମନୁଆ - ସୁରେନ୍ଦ୍ର କୁମାର ବେହେରା

  ନାମରସ ପାନ କରରେ ମନୁଆ ମାୟା ସଂସାରରେ ରହି ରାମ କୃଷ୍ଣ ନାମ ଭଜିବୁରେ ମନ ମୁକତି ଲଭିବୁ ତୁହି ।୧। ଦସ୍ୟୁ ରତ୍ନାକର ମରା ମରା କହି ରାମ ରାମ ଭଜିହେଲା ପ୍ରଭୁଙ୍କ କୃପାରୁ ଏଭଵ ସଂସାରେ ବାଲ୍ମୀକ ପାଲଟି ଗଲା ।୨। ଏସଂସାର ମିଛ ସବୁଏଠି ତୁଛ କୃଷ୍ଣ ରାମ ନାମ ସତ୍ୟ ସଂସାରୁ ତରିବୁ ମୁକତି ଲଭିବୁ ରାମ କୃଷ୍ଣ ଭଜ ନିତ୍ୟ ।୩। […]

Subscribe US Now