ରୂପ ରେ ଗୁଣ ରେ ଥାଉ ସୁନ୍ଦର…
ଦୟା, କ୍ଷମା ଥିଲେ ଚି଼ର ସୁନ୍ଦର !!
ଅଳଙ୍କାର ବିନା ମୋହିନୀ କାୟା..
ସତେ ଅବା ଦୟା,କ୍ଷମାର ମାୟା !!
ଜୀବ ପ୍ରତି ଦୟା ଭାବ ଆଚରି…
କ୍ଷମା କରିଦେବ ହେଲେବି ଅରି !!
ସଦା ବେଳେ ଦୟା ଗୁଣ ସହିତ..
ନିର୍ଦୟ ନ ହେବ କ୍ଷମା ରହିତ !!
ଲୋଭ,ମୋହ ଠାରୁ ଯିବ ଦୁରେଇ
ସ୍ୱାର୍ଥପରତା କୁ ଦେବ ଆଡେଇ !!
ଦୟା,କ୍ଷମା ଦୁହେଁ ମୋତି ମାଣିକ୍ୟ
ଇର୍ଷା, ଦ୍ୱେଷ, ରୋଷ, ମାତ୍ର ଅଳିକ!!
ସତଭାବନା ଭାବ ମନରେ ବହି…
ପ୍ରେମ ଭାବେ ଦେଖ ସୁନ୍ଦର ମହୀ !!
ଦୟା, କ୍ଷମା, ଦୁହେଁ ମହାନ ଗୁଣ…
ହୃଦେ ଆଚରି ଜନ୍ମ କରଇ ଧନ୍ୟ !!
ଦୟା, କ୍ଷମା, ଗୁଣ ମନେ ରଖିଥା…
ଦୁନିଆରେ ହେବ ତୋ ଜୟ ଗାଥା !!
ଦୟା, କ୍ଷମା ସିନା ମହତ ପଣିଆ..
ଆଉ ସବୁ ଗୁଣ ଅଢେଇ ଦିନିଆଁ !!
ଦୟା,କ୍ଷମା କୁ ଆଭୂଷଣ କର…
ଭବ ସାଗରୁ ହୋଇବୁ ତୁ ପାର !!
ପ୍ରଭୁ ପାଦ ପଦ୍ମେ ଚିତ୍ତ ରଖିଥା..
ଧ୍ୟାୟୀ ନ ପାରିଲେ ଜୀବନ ବୃଥା !!
ନିର୍ମଳ ନାୟକ
୧୫୧, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
Readers Interaction