କାର୍ତ୍ତିକ ପୂର୍ଣ୍ଣିମା – ବାସନ୍ତି ଲତା ଜେନା

Views: 26
0 0
Read Time:3 Minute, 34 Second

 

କାର୍ତ୍ତିକ ପୂର୍ଣ୍ଣିମା ଆଜି ଲୋ ସଜନୀ
ଡ଼ଙ୍ଗା ଭସାଇବା ଆସ
ମନ୍ଦିରକୁ ଯିବା ବିଗ୍ରହ ଦେଖିବା
ରଜ ରାଜେଶ୍ୱର ବେଶ l୧l
ନଡ଼ିଆ କଦଳୀ ବେଲ ପତ୍ର ସଙ୍ଗେ
ତୁଳସୀରୁ କିଛି ନେବା
ଭକ୍ତି ସହକାରେ ଆରାଧନା କରି
କୃପା ଭିକ୍ଷା କରୁଥିବା l୨l
ଆମ ପରମ୍ପରା ଆମର ସଂସ୍କୃତି
ସବୁଠୁ ନିଆରା ଜାଣ
ନୌବାଣିଜ୍ୟକୁ ମନେ ପକାଇବା
ଜଳେ ଡ଼ଙ୍ଗା ଭସାଇଣ l ୩l
କଦଳୀ ପଟୁକା ଅବା ସୋଲ ଡ଼ଙ୍ଗା
ଚିତ୍ର ରଙ୍ଗ ବେରଙ୍ଗର
ପାନଗୁଆ ଥୋଇ ଧୂପ ଦୀପ ଦେଇ
କୁସୁମର ସମାହାର l୪l
ବୋଇତ ବନ୍ଦୀବl ଆହୁଲା ମାରିବା
ସାଧବର ସ୍ମୃତି ମାନ
ଅତୀତ ଗୌରବ ମନେ ପକାଇବା
ପଞ୍ଚୁକ ପୂର୍ଣ୍ଣିମା ଦିନ l୫l
ଆଜିର ଦିନରେ ସାଧବ ପୁଅ ଯେ
ଯାଉ ଥିଲେ ଦୂର ଦେଶେ
ବାଣିଜ୍ୟ କରିଣ ଧନରତ୍ନ ଭରି
ଫେରନ୍ତି ଆଷାଢ଼ ମାସେ l୬l
ଆଜିର ଦିନରେ ବାଲି ଯାତ୍ରା ହୁଏ
ସଭିଏଁ ଖୁସି ହୁଅନ୍ତି
ବାଣିଜ୍ୟ ସକାଶେ ସାଧବର ପୁଅ
ଏହି ଠାରୁ ଯାଇଥାନ୍ତି l୭l
ନିରାମିଷ ଖାଦ୍ୟ ଆହାର କରନ୍ତି
ଯେତେକ ହବିଷ୍ୟ ଆଳି
ଶ୍ରୀକ୍ଷେତ୍ରକୁ ଯାଅ ଅବା ଘରେ ଥାଅ
ଭାଗବତ ପ୍ରେମେ ଭାଳି l୮l
ଚଉଁରା ମୂଳରେ ପଞ୍ଚ ମୁରୁଜରେ
ଅଙ୍କା ଯାଏ ଜଗନ୍ନାଥ
ଭାଇ ବଳଦେବ ଭଉଣୀ ସୁଭଦ୍ରା
ସାଥେ ହୁ’ନ୍ତି ଉପବୀତ l୯l
ତୁଳସୀ ମୂଳରେ ପୂଜନ କରନ୍ତି
ରାଇଦାମୋଦର କଥା
କାର୍ତ୍ତିକ ବ୍ରତର ସମାପନ ହୁଏ
ହରି ଭକ୍ତି ପ୍ରେମ ଗାଥା l୧୦l

ବାସନ୍ତି ଲତା ଜେନା

ଗାନ୍ଧିନଗର, ନବରଙ୍ଗପୁର

Share this :
Next Post

ସମାନ ହେବ କି ସରଗ ଧାମ - ସୀମାଞ୍ଚଳ ପଣ୍ଡା

  ମଣିଷର     ଧର୍ମ    ସାଂସାରିକ କର୍ମ କରିବ  ଉତ୍ତମ  ଜୀବନ  ସାରା, ନ କରିବ  କ୍ଷତି  ପାପେ  ଦେଇ ମତି ଆନପାଇଁ ସଦା ହେବସାହାରା। ପରିବାର    ରାଷ୍ଟ୍ର   ସମାଜ   ସର୍ବତ୍ର ଚଳିବ   ଏକାଠି   ସଦ୍ଭାବ  ରଖି, ତ୍ୟାଗ   ସମର୍ପଣ    ଭାବକୁ   ଅର୍ପଣ କରିବସଂସାରେ ହୋଇବ  ସୁଖୀ, ଜୀବ ଠାରେ ଦୟା ରଖି ହେବ ସାହା ସେବକ  ପଣରେ  ବଞ୍ଚିବ  ଧରା, ମଣିଷର    ଧର୍ମ  […]

Subscribe US Now