ସମାନ ହେବ କି ସରଗ ଧାମ – ସୀମାଞ୍ଚଳ ପଣ୍ଡା

Views: 5
0 0
Read Time:2 Minute, 45 Second

 

ମଣିଷର     ଧର୍ମ    ସାଂସାରିକ କର୍ମ
କରିବ  ଉତ୍ତମ  ଜୀବନ  ସାରା,
ନ କରିବ  କ୍ଷତି  ପାପେ  ଦେଇ ମତି
ଆନପାଇଁ ସଦା ହେବସାହାରା।

ପରିବାର    ରାଷ୍ଟ୍ର   ସମାଜ   ସର୍ବତ୍ର
ଚଳିବ   ଏକାଠି   ସଦ୍ଭାବ  ରଖି,
ତ୍ୟାଗ   ସମର୍ପଣ    ଭାବକୁ   ଅର୍ପଣ
କରିବସଂସାରେ ହୋଇବ  ସୁଖୀ,
ଜୀବ ଠାରେ ଦୟା ରଖି ହେବ ସାହା
ସେବକ  ପଣରେ  ବଞ୍ଚିବ  ଧରା,
ମଣିଷର    ଧର୍ମ    ସାଂସାରିକ  କର୍ମ
କରିବ   ଉତ୍ତମ  ଜୀବନ ସାରା।

ଜୀବନ  ଜୀବିକା  କରି  ହେବ ସଖା
ବଞ୍ଚି    ବଞ୍ଚାଇବ   ଜଗତ  ଜୀବ,
ପ୍ରକୃତି   ସୁରକ୍ଷା    ଜୀବନର  ଦୀକ୍ଷା
କରନ୍ତେ   ସଂସାର  ସ୍ଥିତି  ସମ୍ଭବ!

ସତ୍ୟ ଅହିଂସାରେ  ଚଳିବ  ସଂସାରେ
ଶାନ୍ତି   ପ୍ରଗତିର  ଭାବନା  ନେଇ,
ଆହାରେ  ବିହାରେ  ଶ୍ରମ ସଞ୍ଜମରେ
ପ୍ରେମରେ  ଶାଶ୍ୱତ  ସ୍ୱଭାବ  ବହି,
ପାପେ   କଦାଚିତ   ନ ଲାଗି  ମହତ
କର୍ମେ   ଅବିରତ  ନେବ ଆଶରା,
ନ କରିବ  କ୍ଷତି  ପାପେ  ଦେଇ ମତି
ଆନ ପାଇଁ ସଦା ହେବ ସାହାରା।

ଲୋଭ ମୋହ ହିଂସା ନକରି ଭରସା
ସରାଗେ    କରିବ  ସାତ୍ତ୍ୱିକ କର୍ମ,
କୃତ  କର୍ମ  ତା’ର  ଉତ୍ତମେ ସଂସାର
ସମାନ   ହେବ କି ସରଗ ଧାମ !

ସୀମାଞ୍ଚଳ ପଣ୍ଡା

ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଆଖି ଦେଖୁଛି ଖାଲି ତୁମକୁ - କଳ୍ପନା ରାୟ

  ହେ ରାଜା !!! ତୁମେ ଆଜି ରାଜରାଜେଶ୍ଵର ବେଶ ଧରି ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ତୁମକୁ ଦେଖିବାକୁ ମନଟା ଖାଲି ଆଉଟୁପାଉଟୁ ହୁଏ ତୁମେ ତ ଜଗତି ଅର୍ଥାତ୍ ସର୍ବୋଚ୍ଚ ସ୍ଥାନ ରତ୍ନବେଦିରେ ବିଜେ କରିଥିବା ନାଥ ସ୍ଵାମୀ, ଜଗତର ମାଲିକ, ତୁମ ସ୍ମରଣ, ଚିନ୍ତନ, ମନନ ମାତ୍ରେ ହିଁ, ସବୁ ଦୁଃଖ ଅପସାରଣ ହୁଏ ତୁମର ଗଜ ଵେଶ ସ୍ନାନମଣ୍ଡପରେ ଦେଖିବାକୁ […]

Subscribe US Now