ଆଖି ଦେଖୁଛି ଖାଲି ତୁମକୁ – କଳ୍ପନା ରାୟ

Views: 5
0 0
Read Time:3 Minute, 34 Second

 

ହେ ରାଜା !!! ତୁମେ ଆଜି
ରାଜରାଜେଶ୍ଵର ବେଶ ଧରି
ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର
ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ
ତୁମକୁ ଦେଖିବାକୁ ମନଟା
ଖାଲି ଆଉଟୁପାଉଟୁ ହୁଏ

ତୁମେ ତ ଜଗତି ଅର୍ଥାତ୍ ସର୍ବୋଚ୍ଚ ସ୍ଥାନ
ରତ୍ନବେଦିରେ ବିଜେ କରିଥିବା ନାଥ
ସ୍ଵାମୀ, ଜଗତର ମାଲିକ,
ତୁମ ସ୍ମରଣ, ଚିନ୍ତନ, ମନନ ମାତ୍ରେ
ହିଁ, ସବୁ ଦୁଃଖ ଅପସାରଣ ହୁଏ

ତୁମର ଗଜ ଵେଶ ସ୍ନାନମଣ୍ଡପରେ
ଦେଖିବାକୁ କିଏ ଇଛା ନ କରେ,
ହଁ, କେବଳ ସେଇମାନଙ୍କୁ ହିଁ
ଦେଖିବାର ସୁଯୋଗ ମିଳେ
ଯାହା ଭାଗ୍ୟରେ ଥାଏ

ରଥ ଉପରେ ତୁମ ସୁନାବେଶର ତ
ସମସ୍ତେ ଆଶାୟୀ, ଆଖି ଖୋଜି ହୁଏ
ମନ ଡାକୁଥାଏ ସେଭଳି ମହନୀୟ
ବେଶ୍ ମାତ୍ର ଥରୁଟିଏ ଦେଖନ୍ତି କି !!
କିନ୍ତୁ ମହାନୁଭବଙ୍କ ଦର୍ଶନ
ସେଭଳି ଦିନଟିଏ ଥିଲେ ହୁଏ

ଆଜି ମୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର
ସୌଭାଗ୍ୟକୁ ଖାଲି ଚାହିଁଛି
ତୁଳସୀ ମୂଳରେ ତୁମକୁ ଖୋଜିଛି
ମୋ ମନର ମୁରୁଜ ପକାଇ ତୁମକୁ
ସଜାଇଛି, ମୁଁ ଠିଆ ହୋଇଥିବା ସ୍ଥାନକୁ
ବଡ଼ଦାଣ୍ଡ ଭାବିଛି, ଆଉ ଯେଉଁଠି ଵସିଛି……
ତାକୁ ତୁମର ବଡ଼ଦେଉଳ ଜ୍ଞାନ କରିଛି

ତୁମେ ହିଁ ତ ଦିନେ ଅର୍ଜୁନଙ୍କୁ
କୁରୁକ୍ଷେତ୍ରରେ ଦେଇଥିଲ କର୍ମଯୋଗୀ
ହେବାକୁ ପ୍ରୋତ୍ସାହନ
ସେଇ କର୍ମଯୋଗ ପାଇଁ ତ…….
ମୁଁ ଆଜି ତୁମଠାରୁ, ବଡ଼ଦେଉଳରୁ
ବହୁ ଦୂରରେ, ମୋ ଆଖି ଯେମିତି
ତୁମକୁ ଦେଖୁଛି, ହଁ ଖାଲି ତୁମକୁ
ତୁମକୁ……….. ତୁମକୁ, ତୁମକୁ.………

କଳ୍ପନା ରାୟ, ଲଇଡା, ସମ୍ବଲପୁର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ହତଭାଗାଟିଏ ମୁଁ ଏ ସଂସାରେ - ରଞ୍ଜନ କୁମାର ପଣ୍ଡା

  ଭାବରେ ମୁଁ ବନ୍ଧା ଅଭାଗା ମଣିଷ ହାତଭାଗା ଏ ସଂସାରେ ପର ଦୁଃଖ ସୁଖେ କାନ୍ଦ ହସ ଯା’ର ସେ ଆଜି ରହେ ଦୁଃଖରେ । ମଣିଷ ଜନମ କିମ୍ପାଦେଲ ପ୍ରଭୁ ନିନ୍ଦା ମୁଁ ଶୁଣୁଛି ନିତି ସେବା ମୁଁ ଯାହାର କରେ ପ୍ରତିଦିନ ସେ ମୋତେ ମାରୁଛି କାତି । ସନ୍ଦେହ ଯା ମନ ତାକୁ କି ବୁଝିବା ସନ୍ଦେହରେ ବିଷ ଵୋଳେ ସ୍ୱାର୍ଥର ପାହାଡ଼ ନିକଟରେ […]

Subscribe US Now