ହତଭାଗାଟିଏ ମୁଁ ଏ ସଂସାରେ – ରଞ୍ଜନ କୁମାର ପଣ୍ଡା

Views: 5
0 0
Read Time:1 Minute, 52 Second

 

ଭାବରେ ମୁଁ ବନ୍ଧା ଅଭାଗା ମଣିଷ
ହାତଭାଗା ଏ ସଂସାରେ
ପର ଦୁଃଖ ସୁଖେ କାନ୍ଦ ହସ ଯା’ର
ସେ ଆଜି ରହେ ଦୁଃଖରେ ।

ମଣିଷ ଜନମ କିମ୍ପାଦେଲ ପ୍ରଭୁ
ନିନ୍ଦା ମୁଁ ଶୁଣୁଛି ନିତି
ସେବା ମୁଁ ଯାହାର କରେ ପ୍ରତିଦିନ
ସେ ମୋତେ ମାରୁଛି କାତି ।

ସନ୍ଦେହ ଯା ମନ ତାକୁ କି ବୁଝିବା
ସନ୍ଦେହରେ ବିଷ ଵୋଳେ
ସ୍ୱାର୍ଥର ପାହାଡ଼ ନିକଟରେ ତା’ର
ସ୍ୱାର୍ଥର ଦେଉଳ ତୋଳେ ।

ଯା’ର ଦୁଃଖ ସୁଖ ମୋ ନିଜର ଭାବେ
ସେ ଆଜି ସନ୍ଦେହ କରେ
ଧନ୍ୟ ଏ ମଣିଷ ଧନ୍ୟ ତା’ ଭାବନା
ସମ୍ପର୍କ ଅଧର୍ମେ ଧରେ ।

ହତଭାଗା ଟିଏ ମୁଁ ଏ ସଂସାରରେ
କହିବି କାହାକୁ ଦୁଃଖ
ତୁମେ ମହାପ୍ରଭୁ ଜଗତ ଠାକୁର
ସୁଖରେ ତାହାଙ୍କୁ ରଖ ।

 

ରଞ୍ଜନ କୁମାର ପଣ୍ଡା
କୋରାପୁଟ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ମୁଁ ଆଉ ତୁମେ - ଶକୁନ୍ତଳା ପରିଡା

  ତୁମେ ମୋ ଆଖିର ଆଇନା ଆଉ ମୁଁ ସେ ଆଇନର ଚେହେରା !! ତୁମେ ମୋ ମନ ବଗିଚାର ଗୋଲାପ ଆଉ ମୁଁ ସେ ଗୋଲାପର ରକ୍ତିମ ପାଖୁଡା !! ତୁମେ ମୋ ଜହ୍ନ ରାତିର ଜୋସ୍ନା ଆଉ ମୁଁ ସେ ଜୋସ୍ନାର କାକର ବୁନ୍ଦା !! ତୁମେ ମୋ ଦେହର ନିଃଶ୍ବାସ ଆଉ ମୁଁ ଚାଲିଯାଉଥିବା ସେ ପ୍ରଶ୍ୱାସ !! ତୁମେ ମୋ ମନ ଝରଣାର ଝର […]

Subscribe US Now