ମୁଁ ଆଉ ତୁମେ – ଶକୁନ୍ତଳା ପରିଡା

Views: 27
1 0
Read Time:2 Minute, 15 Second

 

ତୁମେ ମୋ ଆଖିର ଆଇନା
ଆଉ ମୁଁ ସେ ଆଇନର ଚେହେରା !!

ତୁମେ ମୋ ମନ ବଗିଚାର ଗୋଲାପ
ଆଉ ମୁଁ ସେ ଗୋଲାପର ରକ୍ତିମ ପାଖୁଡା !!

ତୁମେ ମୋ ଜହ୍ନ ରାତିର ଜୋସ୍ନା
ଆଉ ମୁଁ ସେ ଜୋସ୍ନାର କାକର ବୁନ୍ଦା !!

ତୁମେ ମୋ ଦେହର ନିଃଶ୍ବାସ
ଆଉ ମୁଁ ଚାଲିଯାଉଥିବା ସେ ପ୍ରଶ୍ୱାସ !!

ତୁମେ ମୋ ମନ ଝରଣାର ଝର
ଆଉ ମୁଁ ସେ ଝରଣାର କୁଳୁକୁଳୁ ସ୍ବର !!

ତୁମେ ମୋ ସକାଳର ପହିଲି କିରଣ
ଆଉ ମୁଁ ସେ କିରଣରେ ଝଲକୁଥିବା ପଦୁଅଁ !!

ତୁମେ ମୋ ସଞ୍ଜ ସକାଳର ପ୍ରାର୍ଥନା
ଆଉ ମୁଁ ସେ ପ୍ରାର୍ଥନାର କାମନା ମନା !!

ତୁମେ ମୋ ହୃଦୟର ଅକୁହା ଭାଷା
ଆଉ ମୁଁ ସେ ଭାଷାର ଟିକି ଆଶା !!

ତୁମେ ମୋ ଓଠର ଚେନ୍ନାଏ ହସ
ଆଉ ମୁଁ ସେ ହସର ମିଠା ପରସ !!

ତୁମେ ମୋ କୃଷ୍ଣ ପ୍ରେମର ପ୍ରେମାତ୍ମା
ଆଉ ମୁଁ ତୁମ ପ୍ରେମରେ ପ୍ରେମିକା !!

ହଁ ତୁମେ ମୋ ପ୍ରେମର ନାୟକ
ଆଉ ମୁଁ ତୁମ କାମନା ବାସନର ବ୍ୟତିରେକ !!

ଶକୁନ୍ତଳା ପରିଡା

Share this :
Next Post

ମଧୁର କଳ୍ପନା - ବେଣୁଧର ସୂତାର

ଶିରିଶିରି ଭରା ସମୀରଣେ ମୌସୁମୀ ର ମଙ୍ଗଳାଚରଣେ ଭିଜାଭିଜା ଯେତେ ସବୁ ମୋ ମନର ମଧୁର କଳ୍ପନା କେତେ ଭାବପ୍ରବଣତା ମଗ୍ନ ମାଟି ମଧୁରତା ବିଶ୍ୱାସ ର ବିସ୍ତୀର୍ଣ୍ଣ ବୁକୁରେ ମମତାର ମଧୁ ଆଳାପନା ।। ଶିଶିର ବିନ୍ଦୁର ହସେ ସାଧବବୋହୂର ବେଶେ ଚେତନାର ନରମ ପରଶେ ଭାସିଯାଏ ଭାବନା ସ୍ରୋତରେ ପୁଲକିତ କେତେ ଆଶା ମନେ ମୌନ ପରିଭାଷା କଳ୍ପନା କଦମ୍ବ ତୃଷା ମିଠା ମିଠା ଭାବ ଅନ୍ତଃସ୍ବରେ […]

Subscribe US Now