ମାଟିର ମଣିଷ – କିରଣ ମନୀଷା ମହାନ୍ତି

Views: 23
0 0
Read Time:1 Minute, 33 Second

 

ଅଧା ଉଜୁଡା ମାଟି କାନ୍ଥ

ଆଉ ଦୂରର ଡେଙ୍ଗା ତାଳ ଗଛରେ

ବାଇ ଚଡେଇର ବସା

ବାଟ ଭୁଲା ତା ସ୍ବପ୍ନ

ସକାଳୁ ସଞ୍ଜ ଯାଏ

କଠିନ ପରିଶ୍ରମରେ

ମେରୁହାଡ଼ ଭାଙ୍ଗିଲା ପରି କଷ୍ଟ

ଶାଗ ବାସି ପଖାଳର ବାସ୍ନାରେ

ଭୋକିର ଭୋକିଲା ପେଟ

ବତୁରୀ ଯାଏ ଆଖି ଲୁହ

ଯେମିତି କିଏ

ଷଡ଼ଯନ୍ତ୍ର କରିଛି 

ଛଳନାର ଜାଲ ବୁଣି

କୃଷକର ଦୁଃଖ

ତା ଆଖି ଲୁହ

ଭିଜା ବର୍ଷା ପରି

ମାଟିକୁ ଭିଯାଏ

ଗୁହାରୀ ଜଣାଏ

ସବୁ ଦୁଃଖର କଡ଼ ଲେଉଟାଇ

ଏକାନ୍ତ ରେ ସେ ଭିଜେ

ତାର ଇତିହାସ

ଅତି ପୁରୁଣା ମାଟି ସହ ସନ୍ଧି କରିଛି

କିରଣ ମନୀଷା ମହାନ୍ତି

ରେଞ୍ଚ ଡେଲାଙ୍ଗ ପୁରୀ

Share this :
Next Post

ବୋଉ - ଧର୍ମପଦ ମହାପାତ୍ର

  ବୋଉ ଦୁଇ ଅକ୍ଷର ବହୁତ ମଧୁରଆଉ ଡାକି ପାରୁ ନାହିଁ,ସେ ଥିଲା ଘର ର ମୂଖ୍ୟ କବାଟକଥାରେ ହେବନି କହି lସଂସାର ଅଧା ରେ ନନା ଚାଲି ଗଲେକଷ୍ଟ କରିଛି ସେହି,ତା ରି ପାଇଁ ତ ଏଠି ପହଁଞ୍ଚିଛିତାକୁ ମୁଁ ପାଇବି କାହିଁ?ବୋଉ ବୋଉ ବୋଲି ଥରେ ଡାକି ଦେଲେ କଷ୍ଟ ହୋଇଯାଏ ଧୋଇଦୁଃଖ ଯନ୍ତ୍ରଣା ରୁ ଲାଘବ ମିଳଇତା କୋଳରେ ଥିଲେ ଶୋଇ lହେଉ ଥିଲେ ଭୋକ […]

Subscribe US Now