ମଧୁର କଳ୍ପନା – ବେଣୁଧର ସୂତାର

Views: 37
0 0
Read Time:3 Minute, 0 Second

ଶିରିଶିରି ଭରା ସମୀରଣେ
ମୌସୁମୀ ର ମଙ୍ଗଳାଚରଣେ
ଭିଜାଭିଜା ଯେତେ ସବୁ
ମୋ ମନର ମଧୁର କଳ୍ପନା
କେତେ ଭାବପ୍ରବଣତା
ମଗ୍ନ ମାଟି ମଧୁରତା
ବିଶ୍ୱାସ ର ବିସ୍ତୀର୍ଣ୍ଣ ବୁକୁରେ
ମମତାର ମଧୁ ଆଳାପନା ।।
ଶିଶିର ବିନ୍ଦୁର ହସେ
ସାଧବବୋହୂର ବେଶେ
ଚେତନାର ନରମ ପରଶେ
ଭାସିଯାଏ ଭାବନା ସ୍ରୋତରେ
ପୁଲକିତ କେତେ ଆଶା
ମନେ ମୌନ ପରିଭାଷା
କଳ୍ପନା କଦମ୍ବ ତୃଷା
ମିଠା ମିଠା ଭାବ ଅନ୍ତଃସ୍ବରେ ।।
ଶ୍ୟାମଭରା ଶ୍ରାବଣରେ
ଫୁଲଭରା ଫଗୁଣରେ
ଅସ୍ତରାଗ ସୁରେସୁରେ
କଳ୍ପନା ନଦୀର ଚାରୁ
ସମ୍ମୋହନୀ ତୀରେ
ଦିନେ ନୁହେଁ ସବୁଦିନେ
ମାନସେ ସପନ ବୁଣେ
କଳ୍ପନା ଲହରୀ ତୋଳେ
ମୋର ନୀଳ ଆଖି ଅଇନାରେ ।।
ସୁଧା ମନ୍ଦାକିନୀ ପରି
ମାନସୁ ଆସଇ ଝରି
ତନ୍ମୟ ଧାରାର ମିଠା ମିଠା
ଶବ୍ଦଆଉଭାଷାର ଅମୃତନିର୍ଝର
ମନର ବିମୁଗ୍ଧ ଆଶା
କବିତା ଲଳିତ ଭାଷା
ଏ ମନେ ସପନ ରଚେ
ଅବ୍ୟକ୍ତ ଉଲ୍ଲାସେ ନାଚେ
ତଲ୍ଲୀନ ଅନ୍ତରେ ଖେଳେ
ଭବ୍ୟ ଭାବାନ୍ତର ।।
ଭାବମୟ ସମୁଦ୍ରରେ
ଲେଖନୀରୁ ଲିପି ଝରେ
ଛନ୍ଦମୟ ସୁର ତାଳ
କଳକଳ ନିନାଦ ମଧୁର
ଅମିୟ କଳ୍ପନା ସ୍ରୋତେ
ଆନନ୍ଦର ଅଶ୍ରୃ ପାତେ
ଏ ମନେ ଉଦ୍ ବେଗ ଜାଗେ
ଏକାନ୍ତରେ ଭିଜିବାକୁ
ଜନ୍ମ ଜନ୍ମାନ୍ତର ।।

ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର

Share this :
Next Post

କୁନି ଡଙ୍ଗା - ସସ୍ମିତା ସାହୁ

କୁନି ଡଙ୍ଗା ମୋର ଯିବୁ ବହୁ ଦୂର ନଦୀ ଜଳେ ଝୁଲି ଝୁଲି । ଦେଶ ବିଦେଶ ରେ ଓଡିଶା ର ଗାଥା କହୁଥିବୁ ବୁଲି ବୁଲି ।। ସାଧବ ବଣିକ ସଜାଇ ବୋଇତ ରଖନ୍ତି ନଦୀର କୂଳେ । ସାଧବାଣୀ ଆସି ବନ୍ଦାପନା କଲେ ଫିଟାନ୍ତି ବୋଇତ ଜଳେ ।। ସାଗର ସେପାଖେ ସୁଦୂର ମୂଲକେ ବେପାର ବଣିଜ କରି । ଆମ ଦ୍ରବ୍ୟ ଦେଇ ତାଙ୍କ ଦ୍ରବ୍ୟ […]

Subscribe US Now