କୁନି ଡଙ୍ଗା ମୋର
ଯିବୁ ବହୁ ଦୂର
ନଦୀ ଜଳେ ଝୁଲି ଝୁଲି ।
ଦେଶ ବିଦେଶ ରେ
ଓଡିଶା ର ଗାଥା
କହୁଥିବୁ ବୁଲି ବୁଲି ।।
ସାଧବ ବଣିକ
ସଜାଇ ବୋଇତ
ରଖନ୍ତି ନଦୀର କୂଳେ ।
ସାଧବାଣୀ ଆସି
ବନ୍ଦାପନା କଲେ
ଫିଟାନ୍ତି ବୋଇତ ଜଳେ ।।
ସାଗର ସେପାଖେ
ସୁଦୂର ମୂଲକେ
ବେପାର ବଣିଜ କରି ।
ଆମ ଦ୍ରବ୍ୟ ଦେଇ
ତାଙ୍କ ଦ୍ରବ୍ୟ ନେଇ
ସାଧବେ ଆସନ୍ତି ଫେରି ।।
କହିବୁ ରେ ଡଙ୍ଗା
ଅତୀତର କଥା
ଓଡ଼ିଆ ପୁଅର କାନେ ।
ଗରିବ ଭାବନା
ରଖିବନି ଜମା
ଆଣିବନି ଦ୍ଵନ୍ଦ ମନେ ।।
ଚତୁର ବଣିକ
ଓଡ଼ିଆ ବଂଶଜ
ନୁହନ୍ତି ଗରିବ ଆମେ ।
ଆଳସ୍ୟ କୁ ଛାଡି
ଦାରିଦ୍ର୍ୟ କୁ ତଡି
କରି ଦେଖାଇବା କାମେ ।।
ବୁଦ୍ଧିବଳ ସାଙ୍ଗେ
ପରିଶ୍ରମ କରି
ନୂତନ ସୁଯୋଗ ଗଢି ।
ଚେଷ୍ଟା କରୁଥିବା
ସଫଳ ହୋଇବା
ପାହାଚ ପାହାଚ ଚଢ଼ି ।।
ସୁବର୍ଣ୍ଣ ଐତିହ
ଆମେ ବି ଗଢିବା
ଧରିବା ଉଦ୍ୟମ ବାଡ଼ି ।
କର୍ମର ପଥରେ
ଆଗେଇ ଚାଲିବା
ଗୋଡଭିଡା ନୀତି ଛାଡି ।।
ଦେଶ ବିଦେଶ ରେ
ଭେଟିଲେ ଓଡ଼ିଆ
ସ୍ୱାଗତ କରିବୁ ଯାଇ ।
ଦେଶ ର ଗୌରବ
ବଢାନ୍ତି ସେମାନେ
ବିଦେଶ ଭୂମିରେ ଥାଇ ।।
କହି ଦେବୁ ତାଙ୍କୁ
ଭୁଲି ଯିବେ ନାହିଁ
ଓଡିଶା ର ରୀତିନୀତି ।
କଳିଙ୍ଗ ସୁପୁତ୍ର
ମନରେ ସାଇତି
ରଖିଥିବେ ମାଟି ପ୍ରୀତି ।।
କୁନି ଡଙ୍ଗା ମୋର
ପାନ ,ଗୁଆ ନେଇ
ଦେଇଥା ଧରମ ଢେଉ ।
ଧରମ ପ୍ରଭାବ
ହୋଇ ବିସ୍ତାରିତ
ସଭିଙ୍କ ମଙ୍ଗଳ ହେଉ ।
ସସ୍ମିତା ସାହୁ,ଥେଣ୍ଟପୁର,ପୁରୀ
Readers Interaction