ମିଛ ଅଭିମାନ – ଡ.ମୃତ୍ଯୁଞ୍ଜୟ ସାହୁ

Views: 4
0 0
Read Time:1 Minute, 39 Second

 

ସ୍ୱାର୍ଥର ଚକ୍ଷୁରେ ସମାଜ ଦେଖିଲେ
ଭୁଲିଯାଏ ହିତାହିତ,
କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ
ସୃଷ୍ଟି କରେ ଖାଲି କ୍ଷତ |

ଅକ୍ଷତ ଶରୀରେ ବିଜୟ ବଦଳେ
ପରାଜୟ ଟୀକା ମାରି,
ଅନ୍ୟାୟର ଭାର କାନ୍ଧେ ବୋହିଚାଲେ
ମିଥ୍ୟାକୁ ଆଶ୍ରୟ କରି |

ହସୁଥାଏ ଖାଲି ଅଭିନୟ କରି
ମନରେ ଲୁଚାଇ କୋହ,
ନିର୍ଜନରେ ଭାଙ୍ଗେ ଦୁଇ ଆଖି ବନ୍ଧ
ବୁହାଇ କେବଳ ଲୁହ |

ହୃଦୟ କାନ୍ଥରେ ଶ୍ବାସରୁଦ୍ଧ ହୋଇ
ଯନ୍ତ୍ରଣାରେ କଟେ ଦିନ,
ହଜାଇ ଚାବିକୁ ଖୋଲୁଛି ଦୁଆର
କରି ମିଛ ଅଭିମାନ |

ଡ଼ ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

କବିତା ଗୋ ତୁମେ - ସସ୍ମିତା ପଣ୍ଡା

  କବିତା ଗୋ ତୁମେ ଏଇ ଫେରୁଥିଲ ବୋଇତ ବନ୍ଦାଣ ସାରି । ଖାଣ୍ଟି ଓଡିଆଣୀ ମନଜିଣା ରୂପ ଭଲ ଲାଗୁଥିଲ ଭାରି ।। ଓଡ଼ିଆ ସଂସ୍କୃତି ମହାନ ମୋ ଗାଥା ସତରେ ଗୌରବମୟ । ତୁମ ପରିପାଟୀ ପୂର୍ଣ୍ଣତମା ଛବି ଭିଜିଗଲା ମୋ ହୃଦୟ ।। ହେମନ୍ତ ଝୋଟିର ସଜଫୁଟା ଫୁଲ ସଦ୍ୟ ଶିଶିର ର ବିନ୍ଦୁ । ମୋତି ଗହଣା ରେ ଶେଫାଳୀ ମହକ ଭିଜି ଗଲା […]

Subscribe US Now