କବିତା ଗୋ ତୁମେ – ସସ୍ମିତା ପଣ୍ଡା

Views: 4
0 0
Read Time:3 Minute, 43 Second

 

କବିତା ଗୋ ତୁମେ
ଏଇ ଫେରୁଥିଲ
ବୋଇତ ବନ୍ଦାଣ ସାରି ।
ଖାଣ୍ଟି ଓଡିଆଣୀ
ମନଜିଣା ରୂପ
ଭଲ ଲାଗୁଥିଲ ଭାରି ।।
ଓଡ଼ିଆ ସଂସ୍କୃତି
ମହାନ ମୋ ଗାଥା
ସତରେ ଗୌରବମୟ ।
ତୁମ ପରିପାଟୀ
ପୂର୍ଣ୍ଣତମା ଛବି
ଭିଜିଗଲା ମୋ ହୃଦୟ ।।
ହେମନ୍ତ ଝୋଟିର
ସଜଫୁଟା ଫୁଲ
ସଦ୍ୟ ଶିଶିର ର ବିନ୍ଦୁ ।
ମୋତି ଗହଣା ରେ
ଶେଫାଳୀ ମହକ
ଭିଜି ଗଲା ମନ ଇନ୍ଦୁ ।।
ସଭ୍ୟତା କୁ ତୁମେ
ଆଦରି ନେଇଛ
ତୁମ ସ୍ନିଗ୍ଧ ପଣତରେ ।
ଫୁଲ ଫେନ୍ଥା ପରି
ଅତୀତ ଝୁଲୁଛି
ତୁମରି କଜଳ ଧାରେ ।।
ପୂଣ୍ୟତୀର୍ଥଭୂମି
ସତେଜ ସୁନ୍ଦର
ଆଜିବି ଝଲସେ ମନ ।
ନାଲି ଶଙ୍ଖା ସାଥେ
ଚୂଡି ର ରୋଷଣୀ
ପାଦ ଅଳତାର ଚିହ୍ନ ।।
ଜାଭା ସୁମାତ୍ରା ର
ଅଧୀର ତରଣୀ
ହୃଦୟ ର ବେଳାଭୂମି ।
କେତେ ଦରବ ରେ
ସ୍ବାକ୍ଷରିତ ତୁମେ
ବର୍ଷ ଶେଷ ଲେଉଟାଣି ।।
ତୁମରି ବଧୂଲି
ହସ କୁ ଦେଖିଲି
ଆଜି ପ୍ରାତଃ ପ୍ରଭାତୀ ରେ ।
କୁଝ୍ଝଟିକା ମେଳେ
ମଗ୍ନ ଅଭିସାର
ଲେଖୁଥିଲ ଅନ୍ତରରେ ।।
ସିନ୍ଦୁ ଟୋପା ରେ
ପରାଚୀ ଗଗନ
ତୁମ କପାଳରେ ଦେଖି ।
ଆନମନା ହୁଏ
ଅଳସ ପ୍ରଭାତ
ସପନ ଦେଉଛି ମାଖି ।।
ପୂଣ୍ୟ ଅର୍ଘ୍ୟଥାଳୀ
ସ୍ବସ୍ତି ବାଚକ ରେ
ମାଙ୍ଗଳିକ ହୁଳହୁଳି ।
ଦୁର୍ବାକ୍ଷତ ଆଉ
ନାରିକେଳ ସାଥେ
ସମର୍ପଣ ଦୀପ ଜାଳି ।।
ତୁମ ରୂପ ଆଭା
ବୈଦୁର୍ଯ୍ୟ ବିଭବେ
ବର୍ଣ୍ଣାଳି ର ବିଭାବନା ।
ବିମୁଗ୍ଧ ବିପଣି
ଲେଖୁଥିଲ ସତେ
ମନ ମୁଗ୍ଧ ମନୋରମା ।।
ଏମିତି ଗୋ ତୁମେ
ସପନ ଭିଡ଼ରେ
ନୀଳ ଦରିଆର କୂଳେ ।
ଆସୁଥାଅ ତୁମେ
ସଂସ୍କୃତି ମହକେ
ମୁଁ ଖୋଜୁଥିଲା ବେଳେ ।।

ସସ୍ମିତା ପଣ୍ଡା
କଟିକଟା, କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଭକତର ଡାକ (୦୨) - ଇଂ ଚନ୍ଦ୍ରଶେଖର ଦାସ

  ଭାଈ ଭଉଣୀର ସାଥିରେ ରହିଛ ସମ୍ପର୍କର ରଖି ମାନ ମୋ ଭଲ ପାଇବା ଡାକ ଦେଉଅଛି ଶୁଣୁନି ତୁମର କର୍ଣ୍ଣ | ଶୁଣିଛି ତୁମକୁ ଗାଳି ଭଲ ଲାଗେ ଚନ୍ଦନ ଲେପ ଯେମିତି ହେଲେ ମୋର ପ୍ରେମ ଏମିତି ମଧୁର ନିଷ୍ଠୁର ହେବି କେମିତି | ପତିତପାବନ ବାନା ଉଡାଇକି କର ଦୁଃଖ ନିବାରଣ ମୁଁ ନୁହେଁ ଦୁଃଖିକି ତୁମ ନଜରରେ କର ମତେ ହଇରାଣ | ଟଙ୍କ […]

Subscribe US Now