Read Time:1 Minute, 42 Second
ଭାଈ ଭଉଣୀର ସାଥିରେ ରହିଛ
ସମ୍ପର୍କର ରଖି ମାନ
ମୋ ଭଲ ପାଇବା ଡାକ ଦେଉଅଛି
ଶୁଣୁନି ତୁମର କର୍ଣ୍ଣ |
ଶୁଣିଛି ତୁମକୁ ଗାଳି ଭଲ ଲାଗେ
ଚନ୍ଦନ ଲେପ ଯେମିତି
ହେଲେ ମୋର ପ୍ରେମ ଏମିତି ମଧୁର
ନିଷ୍ଠୁର ହେବି କେମିତି |
ପତିତପାବନ ବାନା ଉଡାଇକି
କର ଦୁଃଖ ନିବାରଣ
ମୁଁ ନୁହେଁ ଦୁଃଖିକି ତୁମ ନଜରରେ
କର ମତେ ହଇରାଣ |
ଟଙ୍କ ତୋରାଣି ଯେ ଭଲ ନ ଲାଗିବ
ମୋ ବାସି ପଖାଳ ଆଗେ
ଥରେ ଖାଇନେଲେ ମନ୍ଦିର ଛାଡି ମୋ
ଆସିବ ଘରକୁ ବେଗେ |
ତୁମ ସିଂହଦ୍ଵାରେ ଠିଆ ମୁଁ ହୋଇଛି
ପଡୁନି ତୁମ ନଜର
ମିଛରେ କହୁଛ ଦୁନିଆ ଆଗରେ
ତୁମେ ଯେ ଭକ୍ତ ଜନର |
ଇଂ ଚନ୍ଦ୍ରଶେଖର ଦାସ
ଯାଜପୁର ଟାଉନ
Readers Interaction