ଭଣ୍ଡବାବା – ସୁକାନ୍ତ ଖଣ୍ଡା

Views: 6
0 0
Read Time:5 Minute, 16 Second

ଆପଣ ଜାଣିଛନ୍ତି କି ମୁଁ କିଏ?
ଆଉ ମୋର ଲକ୍ଷ୍ଯ ଉଦ୍ଦେଶ୍ଯକୁ
ଧର୍ମକୁ ଧରି ବେପାର କରିବା ନିଶା
କଠିନ ଶ୍ରମରେ ଯାହା ମିଳେ ନାହିଁ
ତାକୁ ହାତେଇବ ତ
ମୋ ସହ ହାତକୁ ମିଳାଅ
ନିରୋଳା କଥାବାର୍ତ୍ତା ହେବା ହେଲେ
ହୁସିଆର ଆଉ କିଏ ଯେମିତି ନ ଜାଣେ?
ମୋ କଥାକୁ କେଇଜଣ ସମର୍ଥନ କଲେ
ଯିଏ ଅର୍ଥ ପାଇଁ ଡହଳ ବିକଳ
ସେମାନେ ସବୁ କରିବାକୁ ପ୍ରସ୍ତୁତ
ନିଜର ପତ୍ନୀକୁ ବି ସାମ୍ନାରେ ଠିଆ କରେଇବା
ଭାରି ଭୋକିଲା ଥିବା ସେମାନେ
ହାତକୁ ମିଳେଇ ସବୁ କରି ଚାଲିଲେ
ଯାହା ନିର୍ଦ୍ଦେଶ ମୁଁ ଦିଏ।
ଆଜିକାଲି ମନଭରି ଖାଇଲି
ଯାହା ଖାଇବାକୁ ଅକ୍ଷମ ତ
ଫିଙ୍ଗିଦିଏ ସେମାନଙ୍କୁ
ସେମାନେ ତ ଭୋକିଲା କାଙ୍ଗାଳ
ନ ପାଇବା ଚିଜ ପାଇଛନ୍ତି ନ ଖାଇବା ଚିଜ ଖାଉଛନ୍ତି
ହୁଙ୍କୁହୁଙ୍କୁ ନ ହେବେ କାହିଁକି?
ଭାରି ବିଶ୍ବସ୍ତ ସେମାନେ
ଯେମିତି ପୋଷା କୁକୁର ମାନିଥାଏ
ବିଲେଇ ବି ହୁଏ ଘୁଡୁଘୁଡୁ।
ମୁଁ ନିତିଦିନ ଫିଙ୍ଗିଲି ଧର୍ମକୁ ଜନ ସମୁଦ୍ରରେ
କୋଟି କୋଟି ଭକ୍ତ ହୃଦୟକୁ ସମର୍ପି ଦେଲେ
କିଏ ଭଲା ଏମିତି ଜଣେ ଧର୍ମ ଗୁରୁଙ୍କୁ ଅବିଶ୍ବାସ କରିବ,କୁହ?
ରାତାରାତି ଆତ୍ମ ଘୋଷିତ ମୁଁ ପରମହଂସ
ମୋତେ କିଏ ଅବିଶ୍ବାସ କରିବ କରୁ
ମୋର ତ ସବୁକିଛି ଅଛି
ମହଣ ମହଣ ସୁନା,ବସ୍ତାବସ୍ତା ଟଙ୍କା
ଓ ଗାଡି଼ ମୋଟର କାହିଁରେ କେତେ?
ବଡ଼ବଡ଼ ଲୋକମାନେ ମୋରି କବ୍ଜାରେ
ସେମାନଙ୍କ ପାଇଁ ବୋଲି ତ ଏ ଭାବ?
ମୋର ସବୁ ଠିକଠାକ୍ ଥିଲା
ହେଲେ ଗର୍ବ ମୋତେ ଫିଙ୍ଗିଦେଲା ପଦାକୁ
ମୁଁ ବି କିଛି ବୁଝି ପାରିଲିନି
ଅର୍ଥ ତ ହାତଉ ଥିଲି
କ’ଣ ଦରକାର ଥିଲା କାମନା ବାସନା?
ଯାହା ଆଜି ଜେଲର କୋଠରୀ ଭିତରେ
ମଶା,ଓଡ଼ଶ,ମାଛି ଓ ଚେମେଣି ଆଜି ସାଙ୍ଗ ହେଉଛନ୍ତି
ମୁଁ କାନ୍ଦି ପାରୁଛି ନା ହସି ପାରୁଛି?
ସରକାର ସବୁ ଛଡେ଼ଇ ନେଇ
ଭଣ୍ଡବାବା ସଜେଇଛି।
ସତରେ !
ଆପଣମାନେ ମୋ ପରି ହୁଅନ୍ତୁନି
ଶାଗଭାତ ହେଉ ପଛେ ଅମୃତ ମଣିବ
ଆଉ ନିଜ ପତ୍ନୀଙ୍କୁ ଲକ୍ଷ୍ମୀ ଭାବି ପୂଜା କରିବ ତ
ସାଧୁତାକୁ ହାତେଇ ସମାଜରେ
ମୁଣ୍ଡ ଟେକି ଭଲରେ ଚାଲିବ।

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଶାଷୁ - ପ୍ରସନ୍ନ କୁମାର ସାହୁ

ନାରୀ ଟିଏ ଅଟେ ଶାଶୁ, ବୋହୂଟିର ପୁଣି ଯେ ଜ୍ବାଇଁ ପୁଅର, ଦୁଇଟି ସ୍ଥାନରେ ଦୁଇ ଅବତାର ଏକି ଅନ୍ୟାୟ ବିଚାର ? ଝିଅ ହେଉ ମୋର ଘର ମାଲିକାଣୀ ଶାଶୁ ତାର ବୋଲ କରୁ, ବୋହୂ ମୋର ହେଉ ଘର ଚାକରାଣୀ ପୁଅ କୁ ହାତର ନ କରୁ। ନିତି ଝିଅ ଯାଉ ଜ୍ବାଇଁ ସହିତରେ ବଜାର ବୁଲିବା ପାଇଁ, ବୋହୂକୁ ବଜାର ବୁଲିବାକୁ ମନା ରହୁ ଚାକରାଣୀ […]

Subscribe US Now