ବିଜ୍ଞାନ ବଳରେ ବଳିୟାର ହୋଇ
ଅନ୍ଧାରେ ରହୁଛୁ ଏବେ
ସକଳ ଶକ୍ତିର ଆଲୋକ ବି ଏବେ
ନିଷ୍କ୍ରିୟ ପରାଏ ଭବେ।୦
ଗାଡି଼ ମୋଟରଙ୍କ ଧୂଆଁରେ ପୂରୁଛି
ସାରା ଏ ପୃଥିବୀ ଆମ
କଳ କାରଖାନା ଯୋଗୁଁ ଶ୍ବାସକ୍ରିୟା
ବିଜ୍ଞାନ କରୁଛି ଭ୍ରମ।୧
ଆଜି ତ ସର୍ବତ୍ର ବଢି଼ ଯାଇଅଛି
ପୃଥିବୀରେ ଯେତେ ଦେଶ
ଆମ ଦିଲ୍ଲୀବାସୀ ଦୃଷ୍ଟାନ୍ତ ଦେଉଛି
ସଦା ହୋଇଛନ୍ତି ବଶ।୨
ଦିନ ଦଶଘଡି଼ ହୋଇଥିଲେ ସୁଦ୍ଧା
କୁହୁଡି଼ ରହୁଛି ମାଡି଼
ଯାତାୟାତ ପୂରା ବିପଦ ସଙ୍କୁଳ
ବିଜ୍ଞାନ ଦେଉନି ତାଡି଼?୩
ବିଜ୍ଞାନ ବଳରେ କ୍ଷେପଣାସ୍ତ୍ର ସଦା
ପରୀକ୍ଷଣ ହେଉଅଛି
ତା ବିଷାକ୍ତ ଧୂଆଁ ଆମ ପରିବେଶ
ସର୍ବଦା ଖାଇ ବୁଲୁଛି।୪
ସାର ଔଷଧରେ କୃଷକର ବନ୍ଧୁ
ସମୂଳେ ଧ୍ବଂସ ହେଲାଣି
ଜିଆ ନ ରହିଲେ ମାଟିରେ ପବନ
ପଶିବ କି ଆପେ ଜାଣି।୫
ଗଛ ହଣା ହେଲା ବିଜ୍ଞାନ ବଳରେ
ଗ୍ଯାସରେ ହୁଏ ରୋଷେଇ
ସୁଆଦ ଲାଗେକି ଖାଇବାର ଚିଜ
ତଥାପି ସେଥିରେ ବାଇ।୬
ମାଟିହାଣ୍ଡି ଲୋପ ହୋଇଲା ସଂସାରେ
ପ୍ରେସର କୁକର ଚିଜ
ପେଟ କି ସର୍ବଦା ଭଲ ହିଁ ରହୁଛି
ତଥାପି କରୁଛୁ ସଜ।୭
ଫୋନ ଆସିବାରୁ ସବୁ ପାଉଅଛେ
ପୃଥିବୀର ବାର୍ତ୍ତା ଯେତେ
ହେଲେ ଆମ ଆଖି ଭଲ ତ ରହୁନି
କହି ପାରିବା କି ହିତେ?୮
ବିଜ୍ଞାନ ବଳରେ ବଳିୟାର ନିଶ୍ଚେ
ହେଲେ ବି ବହୁ ପଛରେ
ଗୋଦରା ସର୍ବଦା କୋଡେ଼ମାଡେ଼ ପରି
ଏ ମଣିଷ କାମ କରେ।୯
ବିଜ୍ଞାନକୁ ଯେତେ ଭଲ ପାଉଅଛେ
ପୃଥିବୀ ଧ୍ବଂସ ନ ହେଉ
ତେବେ ସିନା ଆମେ ବିଜ୍ଞାନୀ ମଣିଷ
କହି ଦେଖେଇବା ଭାଉ।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction