ଚଉଦଶ ଛୟାଳିସ ଯେ ମସିହା
ଫେବୃଆରୀ ଅଠରରେ,
ପିତା ଜଗନ୍ନାଥ ମାତା ଶଚିଦେବୀ
କୋଳ ମଣ୍ଡିଣ ଯେ ଥିଲେ l
ବିଶ୍ୱମ୍ଭର ମିଶ୍ର ପିତୃଦତ୍ତ ନାମ
ନବଦ୍ବୀପଠାରେ ଜନ୍ମ,
ବିଶ୍ୱରେ ବିଖ୍ୟାତ ଶ୍ରୀଚୈତନ୍ୟ ଦେବ
ପତ୍ନୀ ଲକ୍ଷ୍ମୀପ୍ରିୟା ଧନ୍ୟ l
ମନ୍ତ୍ରଗୁରୁ ସ୍ୱାମୀ ଶ୍ରୀ ଈଶ୍ୱରପୁରୀ
ସ୍ୱାମୀ କେଶବ ଭାରତୀ,
ସନ୍ୟାସ ଗୁରୁ ଯେ ଅଟନ୍ତି ତାଙ୍କରି
ରହିଅଛି ତାଙ୍କ କୀର୍ତ୍ତି l
ବୈଷ୍ଣବ ଧର୍ମର ପ୍ରଚାରକ ସିଏ
ଭଜ ନିତାଇ ଗଉର,
ରାଧେ ଶ୍ୟାମ ଜପ ହରେ କୃଷ୍ଣ ହରେ
ରାମ ମନ୍ତର ତାଙ୍କର l
ରାଧାକୃଷ୍ଣ ତାଙ୍କ ଆରାଧ୍ୟ ଦେବତା
ପୁରୀ ତାଙ୍କ ତୀର୍ଥସ୍ଥାନ,
ଜଗନ୍ନାଥ ଦାସେ ଅତିବଡ଼ି ଆଖ୍ୟା
ଦେଇଥିଲେ ଶ୍ରୀଚୈତନ୍ୟ l
ରାଧାକୃଷ୍ଣ ରୂପେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଯେ କରୁଥିଲେ,
ବୈଷ୍ଣବ ଧର୍ମର ପ୍ରେମ, ଭକ୍ତି ଭାବ
ପ୍ରଚାର ଯେ କରୁଥିଲେ l
ନାମ ଯଜ୍ଞ ରୂପେ ଏବେ କରାଯାଏ
ଅଷ୍ଟ ପ୍ରହରୀର ରୂପେ,
ନାମ ଏକା ସତ୍ୟ ଆଉ ସବୁ ମିଛ
ଏ ଭବ ସାଗର ନାବେ l
ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ମାଲକାନଗିରି l
Readers Interaction