ଗଣତନ୍ତ୍ର – କ୍ରାନ୍ତିକବି ସଦାଶିବ ଶ୍ରୀଚନ୍ଦନ

Views: 39
0 0
Read Time:1 Minute, 37 Second

ଗଣତନ୍ତ୍ର ଦଳତନ୍ତ୍ର
ଧିକ୍ ସମ୍ୱିଧାନ
ରାଜନୀତି କଳୁଷିତ
ତୁଛ ପ୍ରଶାସନ
ବାଦ ଵଦଳରେ ଦେଶେ
ବ୍ୟାପିଛି ସନ୍ତ୍ରାସ
ଆମେ ଜନସାଧାରଣ
ଜଣତନ୍ତ୍ର ଦାସ ।୨୭
ରାଜଧାନୀ ଆସେମବ୍ଲି
ମନ୍ତ୍ରୀ ଉଦଵେଗ
ଜଳ ନାହିଁ ରଡିଛାଡେ
କଳାହାଣ୍ଡି ବାଘ
ବାଲେଶ୍ୱର ଚତୁର୍ଦ୍ଦିଗେ
ଵନ୍ୟାର ଲହରୀ
ନେତା ଏଠି ଖୋଜି ଵୁଲେ
କାନ୍ତାର କୋଠରୀ ।୨୮
ପୁସ୍ତକରେ ପୂଜାହୁଏ
ଇତିହାସ ପଣ୍ଡା
ଶାସକର ଗୁଣକିର୍ତ୍ତି
ଲେଖି ପେଟ ଥଣ୍ଡା
ଏଠି ଆମେ ମଫସଲି
ନିରିହ କୃଷକ
ଅନ୍ନହୀନ,ବସ୍ତ୍ରହୀନ
ଦାଦନ ଶ୍ରମିକ ।୨୯

କ୍ରାନ୍ତିକବି ସଦାଶିବ ଶ୍ରୀଚନ୍ଦନ
ବଡପୋଖରୀଆ., ଖୋର୍ଦ୍ଧା

Share this :
Next Post

ପାଇବି କାହୁଁ ମୁଁ ଏପରି ପ୍ରେମିକ - ସଂଘମିତ୍ରା କବି

ଗୋରା ନୁହେଁ ସିଏ କଳା ହୋଇଥିବ ! ପ୍ରେମରେ ତାହାର ସରି କେ ନଥିବ !! ପାଉଥିବ ଯିଏ ମଲାଯାଏ ଭଲ ! ବୁଝୁଥିବ ଯିଏ ମୋ ପ୍ରେମର ମୁଲ !! ସିଏ ହିଁ ଏକା ମୋ କାଳିଆ ସୁନାଟା ! ଯାହା ପାଶେ ବନ୍ଧା ପଡିଛି ମନଟା !! କାଳିଆ ଠାକୁର ରଙ୍ଗ କଳାବୋଲି ! କଳା ମୋର ଅତି ପ୍ରିୟର ରଙ୍ଗୋଲି !! କାଳିଆକୁ ମୁଁଯେ ପାଏ […]

Subscribe US Now