Read Time:1 Minute, 19 Second
ଗୋରା ନୁହେଁ ସିଏ
କଳା ହୋଇଥିବ !
ପ୍ରେମରେ ତାହାର
ସରି କେ ନଥିବ !!
ପାଉଥିବ ଯିଏ
ମଲାଯାଏ ଭଲ !
ବୁଝୁଥିବ ଯିଏ
ମୋ ପ୍ରେମର ମୁଲ !!
ସିଏ ହିଁ ଏକା ମୋ
କାଳିଆ ସୁନାଟା !
ଯାହା ପାଶେ ବନ୍ଧା
ପଡିଛି ମନଟା !!
କାଳିଆ ଠାକୁର
ରଙ୍ଗ କଳାବୋଲି !
କଳା ମୋର ଅତି
ପ୍ରିୟର ରଙ୍ଗୋଲି !!
କାଳିଆକୁ ମୁଁଯେ
ପାଏ ଏତେ ଭଲ !
ତା ଆଗରେ ଲାଗେ
ସବୁତ ଅମୁଲ !!
ପାଇବି କାହୁଁ ମୁଁ
ଏମିତି ପ୍ରେମିକ !
କୋଟିଏରେ ଗୋଟେ
ମୋ କଳା ମାଣିକ !!
ସଂଘମିତ୍ରା କବି
କଟିକଟା , ଦଶରଥପୁର , ଯାଜପୁର
Readers Interaction