ହେମନ୍ତ ଆସିଲା
ହିମ ନେଇ ,
ହରିତ ଘାସରେ
ମଣି ଥୋଇ ।
ହଳକାମ ଗଲା
ଶେଷ ହୋଇ ,
ହାଲିଆ ମାରୁଛି
ଚାଷୀଭାଇ ।
ହସୁଅଛି ଧାନ
କେଣ୍ଡା ନେଇ ,
ହସୁଛି ଶୀତଳ
ବାଆ ପାଇ ।
ହିଡେ ଜଗି ଅଛି
ଦିନା ଭୋଇ ,
ହଜିଯାଏ ମଜା-
ଗୀତ ଗାଇ ।
ହଲି ହଲି ଆସେ
ରଘୁ ସ୍ବାଇଁ ,
ହାଟରୁ ଗରମ
ଲୁଗା ନେଇ ।
ହଗୁରୀ ନାନୀର
ବର ଥାଇ ,
ହଟହଟା କରେ
ଲୁଗା ପାଇଁ ।
ହରିଆ ଭାଇର
ପୁଅ ଥାଇ ,
ହେତୁକରେ ଜାମା
ନେବା ପାଇଁ ।
ହୁତୁ ହୁତୁ ହୋଇ
ଜଳେ ଜୁଇ ,
ରାଧିକା ବସିଛି
ନିଆଁ ପୋଇଁ ।
ହଲାଉଛି ମଥା
ଖୁସି ହୋଇ ,
ହାଇ ମାରୁଅଛି
ବୁଢ଼ୀ ଆଈ ।
ହଟୁଅଛି ନାତି
ଗପ ପାଇଁ ,
ହାତ ଥରିଯାଏ
ଥଣ୍ଡା ପାଇ ।
ହାକୁଟି ମାରୁଛି
ଧନୀ ଥାଇ ,
ହିମ ପାଇଁ ତା’ର
ଚିନ୍ତା ନାହିଁ ।
କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ
କୈଳାଶ ଭୁଲ, କୈଳାସ ହେବ ।