ଶୋଇ ଦିଅନା ଇଚ୍ଚ୍ଥାକୁ – ସଂଯୁକ୍ତା ସାହୁ

Views: 4
0 0
Read Time:2 Minute, 14 Second

ସୁଯୋଗକୁ ହାତଛଡା କରିବାକୁ ଦିଅନି
ଶୁଦ୍ଧତାର ମସୃଣ ରେଶମୀ ଆଚ୍ଛାଦନକୁ
ଉଚ୍ଚତାକୁ ଶିଡ଼ି ବାନ୍ଧୁଥିବା ଚେତନାରେ
ସତ୍ୟ-ଶିବ-ସୁନ୍ଦରର ଅମ୍ଳାନ ଦର୍ପଣକୁ
ମଣିଷପଣିଆର ଯେତେ ଶୁଭଫଳକୁ
ପୂର୍ଣ୍ଣ ହେଉ ବା ଅଧା ଥିବା ଇଚ୍ଛାସବୁକୁ
ସେଇ ଆଶାର ଯେତେ ମଧୁମୟ ସ୍ବପ୍ନକୁ
ଶୋଇ ଦିଅନା ତା’ର ଆଶା ଆଶ୍ୱାସନା
ନା ଅଦମଦିତ କରନାହିଁ ତା ଭରସାକୁ
ତା ଅନୁଭବର ସ୍ୱର ଆଉ ବିନା ଝଙ୍କାରକୁ
ନିଜର ସତ୍ ଭାବନାର ଇଚ୍ଛାକୁ ଆଉ
କାହାର ଉନ୍ନତିର ଧାରା ,ଜ୍ଞାନର ପଥକୁ
ଆଗକୁ ବଢିବାର ଇଚ୍ଛାକୁ କେବେ ବି
ଶୋଇ ଦେବାକୁ ଚେଷ୍ଟା କରିବ ନାହିଁ
ସାମାଜର କଲ୍ୟାଣ ଚାହୁଁଥିବା ବ୍ୟକ୍ତିର
ଇଚ୍ଛାକୁ ସୁପ୍ତ କରିବାକୁ ଦେବ ନାହିଁ
ମହତ ଉଦ୍ଦେଶ୍ୟରେ ଆଗେଇ ଯାଉଥିବା
ଉତ୍ସାହ ଉଦ୍ଦୀପନାକୁ କାହାକୁ କେବେ ବି
ତା ଇଚ୍ଛାକୁ ଶୋଇବାକୁ ଦେବନାହିଁ ।

ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

କୁନି କୃଷ୍ଣର ଅଳିି - ଶ୍ରାକାନ୍ତ ପଣ୍ଡା

  କୁନି କୃଷ୍ଣ ଆଜି ଦୁଃଖ ବଖାଣୁଛି କହଲୋ ନନ୍ଦର ରାଣୀ ଘନ କୃଷ୍ଣ ରଙ୍ଗ ଦେଖି ମୋ ଅଙ୍ଗରେ ରାଧା ହୁଏନା ବାୟାଣୀ ।। କଳା ତନୁ ଧାରେ ନାଲିଆ ଅଧର କରୁନି କାହାକୁ ବଶ ଏତେ ଦୁଃଖ ମୋର କହିଲେ ନ ସରେ ଉଡିଯାଏ ମୋର ହୋସ ।। ନନ୍ଦସୁତ ହୋଇ ସର ଲବଣୀରେ ନିତ୍ୟ ହୁଏ ମୋର ତୋଷ ଏ କେଉଁ ରଙ୍ଗକୁ ଆବୋରିଛି ମାତ […]

Subscribe US Now