Read Time:1 Minute, 43 Second
କୁନି କୃଷ୍ଣ ଆଜି ଦୁଃଖ ବଖାଣୁଛି
କହଲୋ ନନ୍ଦର ରାଣୀ
ଘନ କୃଷ୍ଣ ରଙ୍ଗ ଦେଖି ମୋ ଅଙ୍ଗରେ
ରାଧା ହୁଏନା ବାୟାଣୀ ।।
କଳା ତନୁ ଧାରେ ନାଲିଆ ଅଧର
କରୁନି କାହାକୁ ବଶ
ଏତେ ଦୁଃଖ ମୋର କହିଲେ ନ ସରେ
ଉଡିଯାଏ ମୋର ହୋସ ।।
ନନ୍ଦସୁତ ହୋଇ ସର ଲବଣୀରେ
ନିତ୍ୟ ହୁଏ ମୋର ତୋଷ
ଏ କେଉଁ ରଙ୍ଗକୁ ଆବୋରିଛି ମାତ
ଦିଏ ମୋତେ ଅବଶୋଷ ।।
ନଟକୁଟିଆ ମୁଁ ନଟିଆ ନାଗର
ମଥାରେ ମୟୂର ଚୂଳ
ବେନି ନୟନରୁ ଦୂରେଇଗଲେ ତୋ’
ହେଉ କେତେଲୋ ପାଗଳ ।।
ସେ ପାଗଳପଣ କାହାଠି ଦେଖୁନି
ଘୁରିଯାଏ ମୋର ମତି
ଏ କଳା ରଙ୍ଗରେ ହୀନିମାନ କିଆଁ
ପାଏନା ଏଥିରୁ ମୁକ୍ତି ।।
ଶ୍ରୀକାନ୍ତ ପଣ୍ଡା
ବସନ୍ତିଆ
ଭଦ୍ରକ
Readers Interaction