ଡରିବି କାହିଁ ପାଇଁ ମୁଁ – ରୀକ୍ଷିରାମ ମେହେର

Views: 4
0 0
Read Time:2 Minute, 38 Second

 

ଡରିନି କାହାକୁ ଡରିବି ନାହିଁ ମୁଁ
ଗଲେ ଚାଲିଯାଉ ପ୍ରାଣ,
ସମାଜକୁ ବାର୍ତ୍ତା ପ୍ରେରଣ କରିବି
କରିଛି ଜୀବନେ ପଣ।

ଜାଗ୍ରତ କରାଇବି ଏ ସମାଜକୁ
ଅନ୍ୟାୟ ଅନୀତି ପାଇଁ,
ସଂଘଟିତ ହୋଇ ସଂଗ୍ରାମ କରିବେ
ଜନ ଆକ୍ରୋଶକୁ ନେଇ।

କୁଜି ନେତା ଠାରୁ ରାଜନେତା ଯାଏଁ
କାହାରିକୁ ନାହିଁ ରକ୍ଷା,
ଭ୍ରଷ୍ଟ ରାଜନୀତି ଧ୍ୱଂସ ପାଇଯିବ
ଦେବେନି ଭୋଅଟ ଭିକ୍ଷା।

ଦିନ ମଞ୍ଜୁରିଆ ଦୁଃଖୀ ଖଟିଖିଆ
ଗରିବ ଓ କାରିଗର,
ଏକତ୍ର ହୋଇଣ ସଂଗ୍ରାମ କରିବେ
ଛାଡିବେ ନାହିଁ ଏଥର।

ମିଥ୍ୟା ଭାଷଣ ଦେଇ ଭୋଅଟ ନେଇ
ଶୋଷଣ କରୁଛ ଯେତେ,
ଚେତିବେ ଜନତା ଉଠିବ ବିପ୍ଳବ
ବିଲରେ ଲୁଚିବ କେତେ।

ନେତା ହୋଇ ତୁମେ ଅଏସ୍ କରୁଛ
ଜନତାଙ୍କୁ ଲୁଟି ତୁମେ,
ସମୟ ବଦଳିଛି ଆସୁଛି ଦିନ
ଭାବୁ ଥିବ ମନେ ମନେ।

ଲେଖନୀ ମାଧ୍ୟମେ ଲେଖୁଥିବୀ ଲେଖା
ଯେତେଦିନ ଥିବି ଜିଇଁ,
ଗଲେ ଚାଲିଯାଉ ଜୀବନ ମୋହର
ଡରିବି ମୁଁ କାହିଁପାଇଁ।

ରୀକ୍ଷିରାମ ମେହେର,ସାନପୋଡ଼ାଗୁଡା,
ଦେବସେନା ସଂଯୁକ୍ତ ସଚିବ,କଳାହାଣ୍ଡି

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ନାରୀର ଭଗ୍ନାବିଶେଷ - ପ୍ରିୟଙ୍କା ମହାନ୍ତି

କେବେ ମା କେବେ ଭଉଣୀ ତ କେବେ ପୁଣି ସେ ଭାର୍ଯ୍ୟା ପରି କେବେ ପୁଣି ସମାଜ ସେବିନି କେବେ ଆକାଶ ବାହିନୀ ଅଗ୍ନି ଜଳ ବାୟୁ ଆକାଶ ପୃଥିବୀ ପଞ୍ଚ ମହାଭୁତେ ସୃଷ୍ଟି କେବେ ପୁଣି ଶେଯେ ଦେବୀ ମହା ମାୟା କାଳୀ ଦୁର୍ଗା ଶରସ୍ୱତୀ ମା ଆଦି ରୂପା ରାଣୀ ଲକ୍ଷ୍ମୀ ବାଇ କେତେ ରୂପେ ନାରୀ ସଜା ତଥାପି ସମାଜେ ନାରୀ ମୁଖେ ହସ ଦବା […]

Subscribe US Now