ନାରୀର ଭଗ୍ନାବିଶେଷ – ପ୍ରିୟଙ୍କା ମହାନ୍ତି

Views: 4
0 0
Read Time:2 Minute, 51 Second

କେବେ ମା କେବେ ଭଉଣୀ
ତ କେବେ ପୁଣି ସେ ଭାର୍ଯ୍ୟା ପରି
କେବେ ପୁଣି ସମାଜ ସେବିନି
କେବେ ଆକାଶ ବାହିନୀ
ଅଗ୍ନି ଜଳ ବାୟୁ ଆକାଶ ପୃଥିବୀ
ପଞ୍ଚ ମହାଭୁତେ ସୃଷ୍ଟି
କେବେ ପୁଣି ଶେଯେ
ଦେବୀ ମହା ମାୟା
କାଳୀ ଦୁର୍ଗା ଶରସ୍ୱତୀ
ମା ଆଦି ରୂପା
ରାଣୀ ଲକ୍ଷ୍ମୀ ବାଇ
କେତେ ରୂପେ ନାରୀ ସଜା
ତଥାପି ସମାଜେ ନାରୀ ମୁଖେ ହସ
ଦବା ପାଇଁ କରେ କୁଣ୍ଠତା
ତଥାପି ନାହିଁ ତାର ଚିନ୍ତା
ପର ଆପଣାର ଭେଦ ନକରେ ସେ
ମା ପରି ଦିଏ ମମତା
ସମାନ ଭାବରେ ସଭିଙ୍କୁ ଦେଖଇ
ସମ୍ମାନେ କରଇ ଆଦର
ତଥାପି ଗଞ୍ଜଣା ଶୁଣୁଥାଏ ନୀତି
ଦେଉଥାନ୍ତି ଶାଶୁ ଶଶୁର
ପିତା ମାତା ପରି କରଇ ଆଦର
ଭାବିନିୟେ ବାପା ମଙ୍କର
ସ୍ନେହ ଭରା ଗଳି
ଯାହା ସହ ସିଏ ଜୀବନ କାଟିବ
ସ୍ବାମୀ ନଶୁଣନ୍ତି ଅଳି
ତଥାପି ସ୍ୱାମୀଙ୍କୁ କରଇ ନିଜର
ଖାଉ ଯେତେ ମାଡ଼ ଗାଳି
ନଦିଏ ସ୍ୱାମୀଙ୍କୁ ପାଲଟା ଉତର
ନକୁହେ କଟୁ ବାଣୀ
ପିଲାଙ୍କ ମୁଖକୁ ଚାହିଁ ରହିଥାଏ
ଜୀବନ ସାରା ଯେଉଁ ନାରୀ
ଜୀବନ ଜଞ୍ଜାଳେ ଭାଙ୍ଗି ଭାଙ୍ଗି ଅସ୍ଥି
ଭଗ୍ନାବିଶେଷ ଭୂମିରେ ଯାଏ ତା ପଡି !

ପ୍ରିୟଙ୍କା ମହାନ୍ତି
ବାଙ୍କୀ ଶିମିଳିପୁର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଆମ ପରିବାର ସୁଖି ପରିବାର - ସୁରେନ୍ଦ୍ର କୁମାର ବେହେରା

  ଆମ ପରିବାର ସୁଖୀ ପରିବାର ବୈକୁଣ୍ଠ ସମାନ ଘର ମିଳିମିଶି ଆମେ ଚଳିବା ଶିଖିଛୁ ସବୁ ଏଠି ଆପଣାର ।୧। ଘର ପାଇଁ ଯାହା ଯେତେବେଳେ ଲୋଡା ଜେଜେବାପା ଆଣିଥାନ୍ତି ଘରର ମୂରବି ଯାହା କହିଥାନ୍ତି ଘର ଲୋକେ ମାନିଥାନ୍ତି ।୨। ବୁଢୀମା ଘରର ଯେତେ ସବୁ କାମ ସକାଳରୁ ସଞ୍ଜ ଯାଏ ଆପଣା ଖୁସିରେ ଚଳାଇ ନିଅନ୍ତି ମନରେ ଦୁଃଖ ନଥାଏ।୩। ସକାଳ ସଂଜରେ ଠାକୁର ପୂଜନ୍ତି […]

Subscribe US Now