ଦୁଃଖି ର ଉପହାସ
******************
ଦୃଶ୍ୟମାନ ହୁଅନ୍ତି ସର୍ବେ ନୃପରାଜ,
ଏମତି କରନ୍ତି ସେ ଦୁଃଖି ଅତିଥିର ଚର୍ଚ୍ଚା,
ହୃଦୟ ତାଙ୍କ ସତେକି ଦୟା,କ୍ଷମା ର ଭଣ୍ଡାର,
ଜଣାପଡେ ଶେଷେ,
ନୁହଁନ୍ତି ସେ ଏ ସମ୍ମାନର ଅନୁପଯୁକ୍ତ,
ନ ଥାଏ ତାଙ୍କ ପାଖେ ଦୁଃଖି ପ୍ରତି ବଦାନ୍ୟତା।
ମିଥ୍ୟା ଛାୟା ତଳେ ଯେ ସେମାନେ ଆଶ୍ରିତ,
ଲୋକଦେଖାଣିଆ କରନ୍ତି କାର୍ଯ୍ଯ,
ଅବିବେକି ନଥାଏ ତାଙ୍କ ହୃଦୟ,
ଏଭଳି ବ୍ୟକ୍ତି ଙ୍କୁ ସାଧୁଜନ ପାଖରୁ କର ବର୍ଜନ।
ଦୁଃଖିର ବେଦନା କିଏ ପାରିବ ଜାଣି,
ଅଶ୍ରୁ ଝରେ ତାଙ୍କ ଚକ୍ଷୁରୁ ଅବ୍ୟକ୍ତ ହୋଇ,
ସ୍ୱଂୟପ୍ରଭୂ ଯଦି ଅବ୍ୟକ୍ତ ଅଶ୍ରୁ କୁ ପାରିବେ ପଢି,
ତା’ ଦୁଃଖ ଦୂର ହେବ ପାଇବ ସେ ଧରାରେ ଅଜସ୍ର ଖୁସି।
ଅନ୍ୟ ଦୁଃଖ ଦେଖି ମନେ କରନ୍ତି ଧନୀଜନ ଅଟ୍ଟହାସ,
ଭଲେଇ ହୁଅନ୍ତି କରି କ୍ଷେଭ ପ୍ରକାଶ,
ସାହାର୍ଯ୍ୟ ହାତ ବଢେଇ!
ଦିଅନ୍ତି ଗଛ ମୂଳ କୁ କାଟି,
ଏ ଜନ ଙ୍କ ଠାରୁ କେହି ନୁହଁନ୍ତି ବଡ ବିପର୍ତ୍ତୀ।
ସୁଖବେଳେ ପାଖେ,ଦୁଃଖବେଳେ ପର,
ଜନମଞ୍ଚରେ ଦେଖାଇ ହ୍ୱନ୍ତି ମିଥ୍ୟା ଦାନୀ, ଦୟା,ସ୍ନେହ,ପ୍ରେମର ଚଳନ୍ତି ଦେବତା ଅବତାର!
ବାତ୍ସଲ୍ୟଭାବ ନଥାଏ ମନେ!
ଦୁଃଖିକୁ ଅକର୍ମା କହି ଶେଷେ କରନ୍ତି ତିରସ୍କାର।
ବହିର୍ଭୂତ କରନ୍ତି ସତ୍ୟର ମାନ,
ସ୍ଥାପନ କରନ୍ତି ମିଥ୍ୟାର ପ୍ରବଚନ ମାନ,
ଏଭଳି ଲୋକଙ୍କୁ କର ଜନ ଦୁରୂ ଜୁହାର,
ନୁହଁନ୍ତି ଏମାନେ ଦାନବୀର ହରିଚନ୍ଦ୍ର!
ରଙ୍ଗଭରା ଦୁନିଆଁ ରେ ଏ ରଙ୍ଗବଦଳାଇବା ପ୍ରାଣୀର ଅଂଶ,
ଦୁଃଖିର ଦୁଃଖ ଏମାନଙ୍କ ପାଇଁ ଉପହାସ।।
ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟୀ,ଗ୍ରାମ-ବାମଦେବପୁର,ବାରବାଟୀ
Readers Interaction