ଆମର ସଂସ୍କୃତି ଆମର ଐତିହ୍ଯ
ଆଉ କେଉଁ ଦେଶେ ନାହିଁ
ମହାନ ଭାରତ ହିମାଳୟ ଠାରୁ
କୁମାରିକା ଯାଏ ଯହିଁ।୧
କେତେ କେତେ ଧର୍ମ ବିରାଜିତ ଏଠି
ସଭିଏଁ ନିଜର ମାନ
ଭାରତରେ ଆଜି ପ୍ରଚାର ଚାଲିଛି
ନୁହେଁ ଉଚ୍ଚ ନୀଚ୍ଚ ଧ୍ଯାନ।୨
ଯା’ର ହୃଦୟରେ ଆରବ ସହିତ ବଙ୍ଗୋପ ସାଗର ଦୁହେଁ
ଯୋଡି଼ ହୋଇଛନ୍ତି କଲ୍ଯାଣ ସକାଶେ
ଆଉ କେ’ ଦେଶରେ ନୁହେଁ।୩
କଳକଳ ବହି ଯାଉଅଛି ଗଙ୍ଗା
ଯମୁନା ଓ ସରସ୍ବତୀ
ଧୋଇ ଦେଉଛନ୍ତି ପାପତାପ ଯେତେ
ହୃଦୟେ ଥୋଇ ପୀରତି।୪
ହିମାଳୟ ପରି ପାହାଡ଼ ଭିତରେ
ଊଷିମୁନି ତପସ୍ଯାରେ
ଅହରହ ଜପ ସାଧନା ଓ ସିଦ୍ଧି
ଜଗତେ କଲ୍ଯାଣ କରେ।୫
ତ୍ରୀରଙ୍ଗା ପତାକା ଫରଫର ଉଡି଼
ଦେଉଛି ଆଶିଷ କେତେ
ହିନ୍ଦୁ ମୁସଲମାନ ଆଉ ଖ୍ରୀଷ୍ଟିୟାନ
ବୌଦ୍ଧ ଜୈନ୍ଯ ପରିଯ୍ଯନ୍ତେ।୬
ଏକତାର ମନ୍ତ୍ରେ ଗାଉଛୁ ସରବେ
ଜନଗଣମନ ଗୀତ
ବିଭିନ୍ନ ଭିନ୍ନତା ଥିଲେ ଥାଉ ପଛେ
ଚାହୁଁଛୁ ରାଷ୍ଟ୍ରୀୟ ହିତ।୭
ଜାତୀୟତା ଆମ ଆମ୍ବ ଓ ମୟୂର
ପଦ୍ମ ହକି ଓ ତ୍ରୀରଙ୍ଗା
ଅଶୋକ ଚକ୍ରଟି ବାଘ ଓ ଜିଲାପି
ସରବଦା ଏଠି ଚେଙ୍ଗା।୮
ଜାତୀୟତା ଯୋଗୁଁ ଭାରତୀୟଙ୍କର
ରହିଅଛି ଟେକ ମାନ
ସୁଖୀ ହୋଇଅଛୁ ଜନମି ଏ ଦେଶେ
ରଖିବୁ ତାହାର ମାନ।୯
ହିଂସାକୁ ତେଜିବୁ ସୁକରମ କରି
ସନ୍ତୋଷ ରହିବୁ ସବୁ
ଜାତୀୟତା ଭାବ ଜଗତେ ବୁଣିକି
ବିଶ୍ବକୁ କରିବୁ କାବୁ।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction