ସପନ ନଈର ତୁଠେ-କେଶଦୁରାପାଳ

Views: 17
0 0
Read Time:3 Minute, 35 Second

🌹ସପନ ନଈର ତୁଠେ🌹
୫୫୫୫୫୫୫୫୫୫୫୫୫୫୫୫୫୫
🙏ବେଣୁଧର ସୂତାର🙏
************************
ସଞ୍ଜ ନଇଗଲେ ଆକାଶ ଛାତିରେ
ହସିଉଠେ ଯେବେ ପୁନେଇଁ ଜହ୍ନ
ଅତସୀ ସାଥିମୋ ବାସରେ ବାସଇ
ଝୁମି ଝୁମି ଯାଏ ଏ ତନୁମନ ।।

ରୂପ ସୁଷମାର ଲାବଣ୍ୟ ଲହର
ଚାରୁ ଚାନ୍ଦିନୀର ଜ୍ୟୋତ୍ସ୍ନା ମଧୁର
ସ୍ବପ୍ନର ଯାଦୁରେ ରଚି ମାୟାପୁର
ପ୍ରୀତିରେ ଭରିଲା ନୂଆ ସ୍ବାକ୍ଷର ।।

ଅୟୀ ପ୍ରକୃତିର ଅନୁପମ ଶୋଭା
ନୀରବ ନିଶିର ପ୍ରୀତି ମହ୍ଲାର
ପ୍ରୀତି ନଈକୂଳେ ମିଠା ପ୍ରଣୟର
ନୀଳ ମାଦକତା ସ୍ନିଗ୍ଧ ମଧୁର ।।

ମାଧୁର୍ଯ୍ୟ ମଧୁର କୁହୁକ ପସରା
ଫୁଲ ମହକରେ ଭରାଏ ବିଥି
ଛନ୍ଦ ଚଞ୍ଚଳା ରୂପମୟୀ ସେତ
ମରତ ପୁରୀର ସପନ ସାଥି ।।

ମଧୁ ଚନ୍ଦ୍ରିକାରେ ମତ୍ତୁଆଲି ମନ
ସ୍ବପ୍ନ ବିଳାସର ବର୍ଣ୍ଣିଳଧାରା
ସପନ କୁମାରୀ ପ୍ରୀତି ଅଭିସାରୀ
ବହଳ ପ୍ରେମର ଭାବ ନିଆରା ।।

କୋଟିପୁଲକରେ ଆବେଗଆତୁରେ
ସେନେହ ସୁହାଗ ହୃଦୟେ ମାଖି
ପ୍ରେମ ପ୍ରଣୟର ସମ୍ମୋହନୀ ସୁର
ପ୍ରୀତିର ଅକ୍ଷରେ ଦେଇଛି ଲେଖି।।

ଉଷା ଅରୁଣିମା ରୂପ ରୋଷଣିରେ
ନୟନ ସପନ ପଡିଲା ଫିକା
ଭରିଦେଇ ମନେ ଅମିତ ଯନ୍ତ୍ରଣା
ଅପସରି ଗଲା ଅଭିସାରିକା ।।

ପ୍ରୀତି ପ୍ରଣୟର ସ୍ବପ୍ନ ପଦ୍ମରାଗ
ସମ୍ମୋହନ ଭରେ ନିଖିଳ ପ୍ରାଣେ
ରତିରଙ୍ଗେ କାୟା ବୁଣିଦିଏ ମାୟା
ବିଦେହୀ ମଦନ ମୋହନ ବାଣେ।।

କେତେରୂପେ କେତେ
ରଙ୍ଗ ନେଇ ଆସେ
ନୀଳ ନୟନରେ ସ୍ବପ୍ନ ମାଣିକ
ଭାବମୟତାର ତନ୍ମୟ ତୀର୍ଥରେ
ସାଜଇ ମାନବ ଭାବ ବଣିକ ।।
************************
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ -୯୧୭୮୫୬୮୨୪୬

Share this :
Next Post

ଜାତୀୟତା ଭାବ-ସୁକାନ୍ତ ଖଣ୍ଡା

ଆମର ସଂସ୍କୃତି ଆମର ଐତିହ୍ଯ ଆଉ କେଉଁ ଦେଶେ ନାହିଁ ମହାନ ଭାରତ ହିମାଳୟ ଠାରୁ କୁମାରିକା ଯାଏ ଯହିଁ।୧ କେତେ କେତେ ଧର୍ମ ବିରାଜିତ ଏଠି ସଭିଏଁ ନିଜର ମାନ ଭାରତରେ ଆଜି ପ୍ରଚାର ଚାଲିଛି ନୁହେଁ ଉଚ୍ଚ ନୀଚ୍ଚ ଧ୍ଯାନ।୨ ଯା’ର ହୃଦୟରେ ଆରବ ସହିତ ବଙ୍ଗୋପ ସାଗର ଦୁହେଁ ଯୋଡି଼ ହୋଇଛନ୍ତି କଲ୍ଯାଣ ସକାଶେ ଆଉ କେ’ ଦେଶରେ ନୁହେଁ।୩ କଳକଳ ବହି ଯାଉଅଛି ଗଙ୍ଗା […]

Subscribe US Now