ପାରିବାରିକ ପ୍ରମ – ସୁକାନ୍ତ ଖଣ୍ଡା

Views: 14
0 0
Read Time:6 Minute, 2 Second

ପରିବାରର ମେରୁଦଣ୍ଡ ହୋଇ ବି
ସମ୍ଭାଳି ହେଉନି ଏ ଘର ପ୍ରେମକୁ
ଯାହା ଶାଶ୍ବତ,ଚିରନ୍ତନ,ନିତ୍ଯ ଓ ନୂତନ
ଦିନେ ସଭିଏଁ ମୋତେ ମାନୁଥିଲେ
ଯେବେ ଯୋଗାଉଥିଲି ଆବଶ୍ଯକତାକୁ
ଦୃଷ୍ଟାନ୍ତ ଖାଦ୍ଯ,ବସ୍ତ୍ର ଓ ବାସଗୃହ
ଶାସନ କରୁଥିଲି ଗୋଟେ ରାଜ୍ଯର ରାଜା ପରି
ନିଶକୁ ମୋଡି ସିଂହର ସ୍ବରୂପ
ସୁଶୃଙ୍ଖଳା ପାଇଁ ଥିଲା ନୀତି ଓ ନିୟମ
ସଂସ୍କୃତିକୁ ଆଖି ଆଗରେ ରଖି ଚାଲୁଥିଲା ଧର୍ମ ଆଉ କର୍ମ।
ଆଜି ମୁଁ ବୃଦ୍ଧ
ପୁଅ,ବୋହୂ,ନାତି ଓ ନାତୁଣୀ କାହିଁକି
ପତ୍ନୀ ବି ବିପଥରେ
ବିଦେଶୀ ସଂସ୍କୃତିରେ ପଡି଼ ଭୁଲିଲେଣି ସବୁ
କହିଲେ କହୁଛନ୍ତି କି ଯାଇଛି ସେ କାଳ
ଏବେ ତ ସ୍ବାଧୀନତା ପାଇଛୁ
ଯେବେ ଅଠର ବର୍ଷ ହେଲାଣି
ନିଜ ଇଛାରେ ଚାଲିବୁ
ଯଦି ବ୍ଯତିକ୍ରମ କର ତ
ଜେଲ ଯିବାକୁ ପ୍ରସ୍ତୁତ ହୋଇଯାଅ।
ବଡ଼ ପୁଅ ଶୃଙ୍ଖଳିତରେ ଚାଲିଲା ତ
ଉଚ୍ଚ ପଦବୀରେ ବସିଛି
ସାନ ଦୁଇ ପୁଅ ପୂରା ବିଶୃଙ୍ଖଳିତ
ସେମାନେ ବେଜାତି ଝିଅ ସହ ଧରିପଳା
ଟିକିଏ ବି ବୁଝିଲେନି ବାପା କିଏ
କି ଏ ଘରର ମାନ ମର୍ଯ୍ଯାଦାକୁ?
ସେମାନେ ତ ବିପରୀତ ଲିଙ୍ଗରେ ପାଗଳ
ଆଜି କିନ୍ତୁ ନିତିଦିନ ଝଗଡା଼ ଚାଲିଛି
ବୋହୂଦ୍ବୟ ସନ୍ତାନକୁ ଧରି ତାଙ୍କ ବାପ ଘରେ
ପୁଅ ଦ୍ବୟ ପତ୍ନୀ ବିନା ମଦ ଓ ବେଧରେ ମସଗୁଲ
ଆଜି ତୁଣ୍ଡିକୁ ବାନ୍ଧିଛି ନାକ ସହ ଆଖିରେ।
ମୋର ଦୁଇ ପୁଅ କାହିଁକି?
ନାତି ଓ ନାତୁଣୀମାନେ ବି ସେଇ ଧିଟ ପ୍ରେମରେ କୁଆବୁଆ
ଏଠି କେହି ନୁହେଁ କାହାର
ସଂସାର କରିବୁ ତ
ଖାଲି ପୋଷିବାର ବେଳ
ସଭିଏଁ ତ ନିଜ ପ୍ରେମରେ ଚଉଦ ପାଆ
କାହାକୁ କହିବୁ,କହ?
କହିବା ଆଗରୁ ନିଜ ଗାଲକୁ ଦୁଇ ଚାପୁଡା ଦେଲେ ହିଁ ଭଲ
କାରଣ ସଭିଏଁ ନୂଆ ସଂସ୍କୃତିରେ
ନୂଆ ହୋଇଗଲେଣି
ପୁରୁଣା ସଂସ୍କୃତି ବୋଲି ଯାହାଥିଲା ଚୁଲିକୁ ଯାଇଛି।
ଆଉ ଦରକାର ନାହିଁ ପରିବାର ପ୍ରେମ
ପ୍ରେମ କରିବୁ ତ କ୍ଲବରେ ଶୋଇବୁ
ହୋଟେଲରେ ଖାଇବୁ
ବିବାହ ସାତ ଜନ୍ମକୁ,ନୁହେଁ
କିନ୍ତୁ ସରକାରଙ୍କ ପାଖରେ ଚୁକ୍ତି
ଖଣ୍ଡେ କାଗଜରେ ଦସ୍ତଖତ କରିଦେଲେ ହେଲା
ମାସେ କି ପନ୍ଦର ଦିନକୁ?
ସତରେ !
ଭାରି ବ୍ଯସ୍ତତା ମୋର ପରିବାର
ଟିକିଏ ବି ସମୟ ନାହିଁ କାହା ପାଖରେ
ଘରର ମେରୁଦଣ୍ଡ ପାଖରେ ବି ନୁହେଁ
ଚୁଲିକୁ ଯାଉ ପାରିବାରିକ ପ୍ରେମ
ଭାଇ ଭୁଲ କହିଲି କି?
ମୋ ଘରର ନୀଚ୍ଚତା ପରି
ଆପଣଙ୍କ ଘରେ ନ ହେଉ
ଏହା ହିଁ ଈଶ୍ବରଙ୍କ ପାଖରେ କାମନା।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେଦୁଝର

Share this :
Next Post

କବିତା-ନଳିନୀ କାନ୍ତ ପାଢ଼ୀ

ପାଳ ଭୂତ ******** ବିଶ୍ୱାସ ଓ ଅବିଶ୍ୱାସ ମଝିରେ ତୁ କେବଳ ଭରସା ଯଦିଓ ତୁ କେରେ କୁଟା ଆଉ ଦଉଡିରେ ତିଆରି ତ ପୋଷାକ ଛିଣ୍ଡା ଖଣ୍ଡେ ତଥାପି କ୍ଷେତ ଜଗି ଦାନା ଦେଉ ଏ ଜଗତକୁ ତୁ ତ କେବଳ କ୍ଷେତର ଜଗୁଆଳି ଚିରକାଳ କିଏ ବୁଝୁ ଵା ନ ବୁଝୁ ? ସମୟ ସହ ମିତ ବସାଇ ତୁ ହସୁ ଯେତେବେଳେ ସୁନା ଫସଲ ମୁଣ୍ଡ […]

Subscribe US Now