ସଭିଁଏ ସଂସାରେ ମଣ ନିଜର – ସୀମାଞ୍ଚଳ ପଣ୍ଡା

Views: 20
0 0
Read Time:2 Minute, 46 Second

 

ନିଜ  ପାଇଁ  ଖାଲି  ସଂସାରଟା ବୋଲି
ଭାଳକି ସ୍ୱେଚ୍ଛାରେ କରିବ ରାଜ,
ଜୀବ    ଚରାଚର   ନିମନ୍ତେ  ସଂସାର
ସବୁରି ଭାବନା ମନରେ ହେଜ।

ସଭିଏଁ    ବଞ୍ଚିବେ    ଆଗକୁ   ବଢ଼ିବେ
ଭବଯୋଗ ଭୋଗ ସବୁରି ହିତେ,
ହୋଇ     ସ୍ଵାର୍ଥପର    ହୁଅ   ଅଗ୍ରସର
ଧରା କି  ଚଳିବ ଆପଣା ମତେ?
ଏ ସାରା    ସଂସାର    ଏକ  ପରିବାର
ଭାଳ ,ଭେଦ ଭାବ ମନରୁ ତେଜ,
ନିଜ  ପାଇଁ  ଖାଲି  ସଂସାରଟା  ବୋଲି
ଭାଳକି ସ୍ବେଚ୍ଛାରେ କରିବ ରାଜ?

ଭବୋଚିତ    କର୍ମ     ମାନବର   ଧର୍ମ
ସର୍ବ ଜୀବ ହିତେ କର୍ତ୍ତବ୍ୟ ତା’ର,
ସତ୍ୟ   ବ୍ରତ   କରି   ସେବାକୁ ଆଦରି
ଚଳନ୍ତେ  ଧରଣୀ  ହେବ ସୁନ୍ଦର।

ମଧୁର   ଭାବରେ   ସାଧୁ   ସ୍ୱଭାବରେ
ମାନବ ହୃଦୟେ  ଦେବତ୍ୱ ରାଜେ,
ଘୃଣା  ଈର୍ଷା  ପଣ   ଆକ୍ରୋଶ  କାରଣ
ନର   ନିଶାଚର  ଗୁଣରେ  ଭିଜେ,
ସତ୍ୟର   ସଂସାରେ  ଚଳ  ସରାଗରେ
ଅନ୍ତରୁ   କଳୁଷ   ସମୂଳେ  ତେଜ,
ଜୀବ   ଚରାଚର    ନିମନ୍ତେ   ସଂସାର
ସବୁରି  ଭାବନା  ମନରେ  ହେଜ।

ରହି   ନାହିଁ  କେହି   ରହିବେନି, କେହି
ସ୍ୱାର୍ଥ   ଚିନ୍ତା  କରି  ହୋଇନି ବଡ଼,
ପରମାର୍ଥ     ଚିନ୍ତା    କରିଛି   ବିଜେତା
ପଡ଼ି ନି ଗାଢ଼ ରେ  ରୋଧିନି ଝଡ଼!

ସୀମାଞ୍ଚଳ ପଣ୍ଡା

ଶିକ୍ଷକ ,ଡେଙ୍ଗାଡି ,ଗଞ୍ଜାମ

Share this :
Next Post

ଜଗନ୍ନାଥ (୨୬) - ଅମରଜିତ୍ ମଲ୍ଲିକ

ଆହେ ଜଗନ୍ନାଥ ତ୍ରେତୟା ଯୁଗରେ ବାଳିକି ଦେଲତ କଥା ତା କଥାକୁ ରଖି ଏ କଳି ଯୁଗରେ ରଖିଲ ତୁମ ବାରତା।।୧। ବାଳିର କଥାରେ ହାତତ ରହିଲା ରହିଲାନିତ ପାପୁଲି ଲିମ୍ଵ ଗଛରତ ମିଠା କମିଗଲା ଗଢିଲ ନିଜ ଶରୀରି।।୨। ନିଜ ପତ୍ନୀ ପାଇଁ ବାଳି ମାରିଥିଲ ଲୁଚି ଲିମ୍ବ ଗଛ ପଛେ ସେହି ଗଛରେତ ନିଜ ପ୍ରାଣ ଗଲା ଦ୍ବାପରେ ବାଳି ପୁତ୍ର ହାତେ।।୩। କେତେ କାହା ସାଥେ […]

Subscribe US Now