ଜଗନ୍ନାଥ (୨୬) – ଅମରଜିତ୍ ମଲ୍ଲିକ

Views: 44
1 0
Read Time:1 Minute, 47 Second

ଆହେ ଜଗନ୍ନାଥ
ତ୍ରେତୟା ଯୁଗରେ
ବାଳିକି ଦେଲତ କଥା
ତା କଥାକୁ ରଖି
ଏ କଳି ଯୁଗରେ
ରଖିଲ ତୁମ ବାରତା।।୧।
ବାଳିର କଥାରେ
ହାତତ ରହିଲା
ରହିଲାନିତ ପାପୁଲି
ଲିମ୍ଵ ଗଛରତ
ମିଠା କମିଗଲା
ଗଢିଲ ନିଜ ଶରୀରି।।୨।
ନିଜ ପତ୍ନୀ ପାଇଁ
ବାଳି ମାରିଥିଲ
ଲୁଚି ଲିମ୍ବ ଗଛ ପଛେ
ସେହି ଗଛରେତ
ନିଜ ପ୍ରାଣ ଗଲା
ଦ୍ବାପରେ ବାଳି ପୁତ୍ର ହାତେ।।୩।
କେତେ କାହା ସାଥେ
ଭାବ କରିଅଛ
କେତେ କରିଛ ଅଭାବ
ପାଶାଣରୁ ନାରୀ
ଶୁରରୁଯେ ନର
କରିଛ ସୁନାର ନାବ।।୪।
ଆହେ ଦୀନବନ୍ଧୁ
ସର୍ବଯୁଗେ ତୁମେ
ନୂଆ ନୂଆ ଅବତାରୀ
ଦୁଃଖି ଦୀନ ଜନ
ହିତ କରି ତୁମେ
ଭବୁ କରିଅଛ ପାରି।।୫।

ଅମରଜିତ୍ ମଲ୍ଲିକ

ନୂଆମଙ୍ଗରାଜପୁର,
ବଡ଼ମ୍ବା, କଟକ

Share this :
Next Post

କବି କବିତା - ବେଣୁଧର ସୂତାର

ମଧୁଝରା ଯାର ନରମ ଓଠରେ ଝରେ ସାରସ୍ବତ ଧାରା ଚାରୁ ଛନ୍ଦିତ ଭାଷାରେ ଯାହାର ଭାବ ତନ୍ମୟତା ଭରା ।। ସାହିତ୍ୟକେଦାର ଶ୍ୟାମଳମଞ୍ଜୁଳ ଚିତ୍ରମୟୀ ଚାରୁ ଲତା ପ୍ରୀତି ପ୍ରମୋଦିତ ଭାବମୟ ଛନ୍ଦ ପରିବ୍ୟାପ୍ତ ନିବିଡତା ।। ମାନସ ନୟନ କରେ ଉନ୍ମିଳନ ଲାବଣ୍ୟବତୀ ର କାୟା ଚିର ତାରୁଣ୍ୟ ତା ମହକ ମାଦକ କାଉଁରୀ କାମାକ୍ଷି ମାୟା ।। କବି ହୃଦୟର କଳ୍ପନା ନିର୍ଝର ସୁନ୍ଦର ଉପମା ଧାରେ […]

Subscribe US Now