ଅତିବଡି ଜଗନ୍ନାଥ ଦାସ – ବାସନ୍ତୀ ଲତା ଜେନା

Views: 22
0 0
Read Time:5 Minute, 34 Second

 

ଭାଦ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ
କପିଳେଶ୍ଵର ଶାସନ
ପିତା ଭଗବାନ ମାତା ପଦ୍ମାବତୀ
କୋଳେ ଜନ୍ମିଲେ ନନ୍ଦନ l୧l
ଅନୁରାଧା ନକ୍ଷେତ୍ର ବୁଧବାର ଦିନ
ଜଗନ୍ନାଥ ଦାସ ଜନ୍ମ
ପଣ୍ଡିତ ମାନଙ୍କ ପରାମର୍ଶ କ୍ରମେ
ଦେଇ ଥିଲେ ତାଂକନାମ l୨l
ପଞ୍ଚମ ବର୍ଷରେ ବିଦ୍ୟl ଲାଭ କଲେ
ଗ୍ରାମ ଚାଟଶାଳୀ ଯାଇ
ଅମରକୋଷ ଅଭିଧାନ କଳାପ
କଣ୍ଠସ୍ଥ ଯେ କରି ଥାଇ l୩l
ବ୍ରାହ୍ମଣ ଶାସନ ପ୍ରତି ଦିନ ଯାନ୍ତି
ସାମ ବେଦ ଯଜୁର୍ବେଦ
ଅଧ୍ୟୟନ ରତ ସଦା ବେଳେ ଥାନ୍ତି
ମୁଖରେ ନ ଥାଏ ଖେଦ l୪l
ଦର୍ଶନ ଶାସ୍ତ୍ର ମହାଭାରତ ସଙ୍ଗେ
ରାମାୟଣ ପଢୁ ଥିଲେ
ଧର୍ମ ଶାସ୍ତ୍ର ସଙ୍ଗେ ଭାଗବତ ଗ୍ରନ୍ଥ
ନିତି ପାଠ କରୁ ଥିଲେ ଥିଲେ l୫l
ତାଙ୍କ ଭକ୍ତି ଜ୍ଞାନେ ଶ୍ରୀଚୈତନ୍ୟ ଦେବ
ପ୍ରୀତ ହୋଇଣ ଯେ ଥିଲେ
ଅତି ବଡି ବୋଲି ସମ୍ବୋଧନ କଲେ
ଅନ୍ୟ ମlନେ ବି ଡାକିଲେ l୬l
ପ୍ରଭୁଙ୍କ ଦର୍ଶନେ ଜଗନ୍ନାଥ ଦାସ
ଶ୍ରୀକ୍ଷେତ୍ରକୁ ଆସୁ ଥିଲେ
ବଟ ଗଣେଶଙ୍କ ନିକଟରେ ବସି
ଭାଗବତ ପଢୁ ଥିଲେ l୭l
ବ୍ୟାସ ରଚିତ ସଂସ୍କୃତ ଭାଗବତ
ପୁରାଣ ପଣ୍ଡା ପଢ଼ନ୍ତି
ମାତା ପଦ୍ମାବତୀ ପ୍ରତି ଦିନ ଯାଇ
ଶ୍ରବଣେ ଖୁସି ହୁଅନ୍ତି l୮l
ସଂସ୍କୃତ ବୁଝିବା କଷ୍ଟ ହେଉଥିଲା
ପୁତ୍ରକୁ କହିଲେ ମାତା
ଓଡ଼ିଆରେ ପୁଅ ଭାଗବତ ଲେଖ
ମନୁ ଦୂର ହେବ ଚିନ୍ତା l୯l
ମାତଙ୍କ ଆଦେଶେ ଓଡ଼ିଆ ଲେଖିଲେ
ଗ୍ରନ୍ଥ ବଳି ଭାଗବତ
ନବାକ୍ଷରୀ ଛନ୍ଦ ତହିଁରେ ଭରିଲେ
ସମସ୍ତେ ହୋଇଲେ ପ୍ରୀତ l୧୦l
ଜଗନ୍ନଥ ଦାସ ସମୂଦ୍ର କୂଳରେ
ଭଜନ କୁଟୀର କଲେ
ସମୁଦ୍ର ଗର୍ଜନେ ବାଧା ସୃଷ୍ଟି ହେଲା
ଜଗାଙ୍କୁ ଯାଇ କହିଲେ l୧୧l
ପ୍ରଭୁଙ୍କ ଆଜ୍ଞରେ ସାଗର ଲହରୀ
ସାତ ସ୍ତର ଘୁଞ୍ଚି ଗଲା
ସେହି ଦିନ ଠାରୁ ମଠଟିର ନାମ
ସାତ ଲହଡି ହୋଇଲା l୧୨l
କିମ୍ବ ଦନ୍ତି କହେ ମେଧା ସୁମେଧl ଯେ
ଦେବ କନ୍ୟା ଆସି ଥାନ୍ତି
ଜଗନ୍ନାଥ ଦାସ ସେବା କରିବାକୁ
ମର୍ତ୍ତ୍ୟରେ ବିଜେ ହୁଅନ୍ତି l୧୩l
ଶ୍ରୀଖଣ୍ଡ ଚନ୍ଦନ ମଠରେ ବୋଳିଲେ
ପ୍ରଭୁଙ୍କଅଙ୍ଗେ ଲାଗିଲା
ରାଜା ରାଗି ଯାଇ ପଚାରି ବୁଝିଲେ
ମନ୍ଦିର ଯେ ବାସୁ ଥିଲା l୧୪l
ଜଗନ୍ନାଥ ଦାସ ଓଡ଼ିଆ ସଂସ୍କୃତେ
ଭକ୍ତି ଗୀତ ଲେଖି ଥିଲେ
ଶ୍ରୀମଦ ଭାଗବତ ରଚନା କରିଣ
ଅମର ହୋଇଣ ଗଲେ l୧୫l

ବାସନ୍ତୀ ଲତା ଜେନା

ଗାନ୍ଧିନଗର, ନବରଙ୍ଗପୁର,

Share this :
Next Post

ସ୍ବାଗତ ନବ ବର୍ଷ ୨୦୨୨- ପ୍ରିୟମ୍ବଦା ରାଉତ

ତୁମେ ତ ଆସିବ ନିଶ୍ଚୟ ଆସିବ ମୁକ୍ତାର ଓଢଣୀ ଟାଣି, ଥିରି ଥିରି ପାଦେ ଗିରିବନ ପଦେ ଶିଶିର ସ୍ନାତା ଧରଣୀ l ଆମ୍ରବନ ମାଳେ କୁମ୍ଭାଟୁଆ ତୋଳେ ମଧୁମହ୍ଲାର ରାଗିଣୀ, ପୁଷମାସ ଶୀତ କରେ ନାହିଁ ଭୀତ ଶୁଭୁଛି ବାଣ ରୋଷଣୀ l ସ୍ୱାଗତ କରୁଛୁ ହେ ନୂଆ ବରଷ ଗୋ ଅଵଗୁଣ୍ଠନବତୀ, ଦୀପଜାଳି ଆମେ ସଜାଇ ଦେଇଚୁ ଆଜି ଏହି ଅମା ରାତି l ଅର୍ଘ୍ୟଥାଳି ଧରି […]

Subscribe US Now