*ବନ୍ଧୁରେ…….*
ବନ୍ଧୁରେ…..
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର…
ଭାରିଜା ବୋଲି ଯାହାକୁ
କରୁ ତୁ ନିଜର,
ସ୍ୱାର୍ଥପୂର୍ଣ୍ଣ ନହେଲେ ରେ
ହୁଏ ଗର ଗର ।
ବନ୍ଧୁରେ….
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
ପୁତ୍ର ବୋଲି ଗର୍ବକରୁ
ଯାହାକୁ ରେ ତୁହି,
ଛାଡି ଚାଲିଯିବ ତୋତେ
ବୃଦ୍ଧକାଳେ ସେହି ।
ବନ୍ଧୁରେ….
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
କନ୍ୟା ବୋଲି ଆଦର
କରୁଛୁ ଯାହାକୁ,
ଅନ୍ୟ ପ୍ରେମେ ପଡି ଛାଡେ
ତୋହର ହାତକୁ ।
ବନ୍ଧୁରେ….
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
ଜାମାତା କିଣୁଛୁ ବନ୍ଧୁ
କନ୍ୟାବିଦା ଦେଇ,
କନ୍ୟା ତୋର ଦୁଃଖ ପାଏ
ଆନ ଘରେ ଯାଇ ।
ବନ୍ଧୁରେ…..
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
ପୈତୃକ ସମ୍ପତ୍ତି ବିକୁ
ପୁତ୍ର କନ୍ୟା ସୁଖେ,
ବାର୍ଦ୍ଧକ୍ୟରେ ଏକା ରହୁ
ନିଜ କର୍ମ ଦୁଃଖେ ।
ବନ୍ଧୁରେ…..
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
ଭାଇ ବୋଲି ଯାହାକୁ ତୁ
କରିଲୁ ଆଦର,
ଜୀବନର ମଧ୍ୟାହ୍ନ ରେ
ହେଲା ସାତପର ।
ବନ୍ଧୁରେ…
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
ସମ୍ପଦରେ ସର୍ବେ ସଖା
ହୁଅନ୍ତି ତୋହର,
ବିପଦ ପଡିଲେ ବନ୍ଧୁ
କେହି ନୁହେଁ ତୋର ।
ବନ୍ଧୁରେ….
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
ଆସିଅଛୁ ଏକା ବନ୍ଧୁ
ଚାଲିଯିବୁ ଏକା,
ପଛରେ ରହିବେ ବନ୍ଧୁ
ସବୁ ତୋର ସଖା ।
ବନ୍ଧୁରେ….
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର ।
କର୍ମ ବଳେ ବଳିଆନ
ହୁଅ ମୋର ବନ୍ଧୁ,
ପିତାମାତା ସେବା ଧର୍ମ
ଏ ଜଗତ ସିନ୍ଧୁ ।
ସକାଳ ସନ୍ଧ୍ୟାରେ ଭଜ
ଶ୍ରୀହରିଙ୍କ ନାମ
ଉଦ୍ଧାର ପାଇବୁ ବନ୍ଧୁ
କଲେ ପୁଣ୍ୟ କାମ ।
ବନ୍ଧୁରେ….
କାହାପାଇଁ ହସୁଛୁ ତୁ,
କେହି ନୁହେଁ ତୋହର
ବନ୍ଧୁ,
କେହି ନୁହେଁ ତୋହର….. ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
Readers Interaction