ସ୍ବାଗତ ହେ ନବବର୍ଷ – ଦୀପ୍ତି ରାଣୀ ସିଂହ

Views: 32
0 0
Read Time:2 Minute, 37 Second

 

ତୁମେ ଆସିବ କୁଳୁକୁଳୁ ନାଦରେ
ମନରେ ଅନେକ ହର୍ଷୋଲ୍ଲାସ ସମ୍ଭାବନା କୁ ନେଇ
କେତେ ରାତି କେତେ ଦିନ
ଉଜାଗର ରହି ଜଗି ମୁଁ ବସିଛି।

ଦେଖ !!!
ତୁମେ ଆସିବ ବୋଲି
ଆମେ ସମସ୍ତେ ଅପେକ୍ଷା କରିଛୁ
ବିଗତ ଦିନ ଗୁଡ଼ିକୁ ଭୁଲିଯାଇ
ନୂତନତ୍ବ ର ପରିପ୍ରକାଶ ରେ
ଉଦ୍ଭାସିତ ହେବା ପାଇଁ।

ପ୍ରିତିଭରା ମଧୁଛନ୍ଦା ଆହ୍ଲାଦିତ ମନ
ଥରେ ଛୁଇଁ ଯାଅ ଏ ତନୁ ମନେ
ମେଣ୍ଟିଯାଉ ସବୁ ଦୁଃଖ କ୍ଳେଶ
ଆତ୍ମା ରେ ଆତ୍ମା ମିଳନ ହେଉ
ଘୁଞ୍ଚି ଯାଉ ଅମା ଅନ୍ଧକାର।
ପରିପ୍ରକାଶ ହେଉ ନୂତନତ୍ୱର ସ୍ବାଦ

ହେ ନବବର୍ଷ !!
ତୁମେ ଆସ
ତୁମେ ରଙ୍ଗରେ ରଙ୍ଗିନ ହେବାକୁ
ଅପେକ୍ଷାରତ ମହାର୍ଘ୍ୟର ସେତୁବାନ୍ଧି
ଜୀବନେ ପ୍ଳାବିତ କର
ସମସ୍ତ ଙ୍କ ମନରେ ସୁଖ, ଶାନ୍ତି ଭରିଯାଉ ଆନନ୍ଦର ଲହରୀ
ଖେଳି ଯାଉ ମାଟିରୁ ଆକାଶ
ନବବର୍ଷ ରେ ନବ ଦୀପାଳୀ ଧରି
ସ୍ବାଗତ କରୁଛି ମୁଁ
ସ୍ବାଗତ କରୁଛି ମୁଁ।

ଦୀପ୍ତି ରାଣୀ ସିଂହ

ପ୍ରତିଷ୍ଠାତ୍ରୀ ଏବଂ ସଂପାଦିକା
ନବୋଦୟ ସାହିତ୍ୟର ପରିଭାଷା ପରିବାର, ତାଳଚେର, ଅନୁଗୋଳ

Share this :
Next Post

ତୋ ପାଇଁ - ନିର୍ମଳ ନାୟକ

  ତୋ ପାଇଁ… ସରଗର ଚାନ୍ଦ ଆଣିଦେବି କହିଥିଲି… ସାଗରରୁ  ହୀରା, ମୋତି…. ସଦ୍ୟ  ଗୋଲାପ କେଇଟି…. ସକାଳର ନାରଙ୍ଗୀ କିରଣ ଆଞ୍ଜୁଳାଏ !! ତୋ ପାଇଁ.. ସବୁ ଅସମ୍ଭବ ର  ଅବଶମ୍ଭାବୀ… ସମସ୍ତ ନବ ନୂତନ ପ୍ରାକ୍ତନ ଛବି… ସଭି  ଆଶା ଓ ଆକାଂକ୍ଷା ର ପୁରବୀ.. ସକଳ ଅଭିପ୍ସା ର ଅଦରକାରୀ ଚାବି !! ତୋ ପାଇଁ ସାତ ତାଳ ପାଣି..ଦରିଆ ର ପଦ୍ମ ସେ ଘୁଞ୍ଚି […]

Subscribe US Now