ତୋ ପାଇଁ – ନିର୍ମଳ ନାୟକ

Views: 14
0 0
Read Time:3 Minute, 9 Second

 

ତୋ ପାଇଁ…
ସରଗର ଚାନ୍ଦ ଆଣିଦେବି କହିଥିଲି…
ସାଗରରୁ  ହୀରା, ମୋତି….
ସଦ୍ୟ  ଗୋଲାପ କେଇଟି….
ସକାଳର ନାରଙ୍ଗୀ କିରଣ ଆଞ୍ଜୁଳାଏ !!

ତୋ ପାଇଁ..
ସବୁ ଅସମ୍ଭବ ର  ଅବଶମ୍ଭାବୀ…
ସମସ୍ତ ନବ ନୂତନ ପ୍ରାକ୍ତନ ଛବି…
ସଭି  ଆଶା ଓ ଆକାଂକ୍ଷା ର ପୁରବୀ..
ସକଳ ଅଭିପ୍ସା ର ଅଦରକାରୀ ଚାବି !!

ତୋ ପାଇଁ
ସାତ ତାଳ ପାଣି..ଦରିଆ ର ପଦ୍ମ
ସେ ଘୁଞ୍ଚି ଘୁଞ୍ଚି  ଯାଉଛି.
ସତ ସବୁ  ମିଛ ହୋଇ ଯାଉଛି..
ଶକ୍ତିମାନ ହେଲି ନା ଚିରାଗ ଆଲ୍ଲାଦିନ ର !!

ତୋ ପାଇଁ…
ସବୁ ମାୟା ରେ ବାୟା..
ସହର ର ଅଳିଆ ଗଦାରୁ..
ସମାଧାନ ର  ଯାଦୁ ମୁଣି ନେଇ..
ସରସତା ର ଛୋଟିଆ ପ୍ରଦୀପ ଜଳାଇ !!

ତୋ ପାଇଁ…
ସୁନ୍ଦରତା ର ଛୋଟିଆ ପୃଥିବୀ..
ସୋରିଷ କ୍ଷେତର ପିତାମ୍ବରୀ ପାଟ…
ସେ ଦିନର ନାଲି  କୃଷ୍ଣଚୂଡ଼ା…
ସରମ ରେ ମଉଳି ପଡିଛି ଆଜି !!

ତୋ ପାଇଁ..
ସରସତା ର  ଅମା ଅନ୍ଧକାରେ..
ସୀମାହୀନ ଅନୁଶୋଚନା ଦ୍ୱାରେ..
ସମାପ୍ତି ହିନ ଆଶାର ବଗିଚାରେ..
ଶେଷ ନିଶ୍ୱାସ ର ପ୍ରତୀକ୍ଷା ମାର୍ଗରେ !!

ତୋ ପାଇଁ
ସମ୍ପର୍କର  ତା ନା ବା ନା  ରୁ ବହୁଦୂରେ..
ସମୟର କ୍ଲାନ୍ତ  ଅବଶ ପୂର୍ବାହ୍ନ ପରେ..
ସାଥିରେ କେଇ ପାଦ ପଛକୁ ଚାଲିବାରେ..
ସମୁଚିତ ଶାସ୍ତି ଦାନ ହୃଦୟରେ  !!

ନିର୍ମଳ ନାୟକ

୧୫୧, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର

Share this :
Next Post

ବସନ୍ତ ରାସ - ଶ୍ରୀରାମ ସାହୁ

ଶୀତର ଅନ୍ତେ ବ’ସନ୍ତ ଆସଇ’ ମୃଦୁ ସମୀରଣ’ ଧୀରେ ବହଇ’ କୋକିଳର ତାନ’ ଶୁଭେ ମଧୁର’ ମୋହିନିଏ ମନ’ ଅତି ସତ୍ୱର’ ଯେ ଦୁଃଖଶୋକ ନାଶ’ ଯାଏ’ ଯେ ଦୋହଲାଇ ଦିଏ’ ତନ ମନ ପ୍ରାଣ’ ସ୍ୱଭାବେ ରଖେ ସ’ମ୍ବନ୍ଧ’ ଯେ।୧। ମକର ଯାତରେ’ ସହି ସଙ୍ଗାତ’ ବସିଥାନ୍ତି ମିତ ‘ ଭାବ ବହୁତ ‘ ହସ ଖୁସିହୋଇ ‘ କାଟନ୍ତି ଦିନ ‘ କ୍ଷଣେ ନ ଦେଖିଲେ ‘ […]

Subscribe US Now