ବସନ୍ତ ରାସ – ଶ୍ରୀରାମ ସାହୁ

Views: 30
0 0
Read Time:2 Minute, 7 Second

ଶୀତର ଅନ୍ତେ ବ’ସନ୍ତ ଆସଇ’
ମୃଦୁ ସମୀରଣ’ ଧୀରେ ବହଇ’
କୋକିଳର ତାନ’ ଶୁଭେ ମଧୁର’
ମୋହିନିଏ ମନ’ ଅତି ସତ୍ୱର’ ଯେ
ଦୁଃଖଶୋକ ନାଶ’ ଯାଏ’ ଯେ
ଦୋହଲାଇ ଦିଏ’ ତନ ମନ ପ୍ରାଣ’
ସ୍ୱଭାବେ ରଖେ ସ’ମ୍ବନ୍ଧ’ ଯେ।୧।
ମକର ଯାତରେ’ ସହି ସଙ୍ଗାତ’
ବସିଥାନ୍ତି ମିତ ‘ ଭାବ ବହୁତ ‘
ହସ ଖୁସିହୋଇ ‘ କାଟନ୍ତି ଦିନ ‘
କ୍ଷଣେ ନ ଦେଖିଲେ ‘ ଅଶାନ୍ତ ମନ ‘ ଯେ
ଖୋଜିବସେ ନିର’ନ୍ତର ‘ଯେ
ଅନ୍ଧ ତା ଲଉଡି ‘ ହଜିଲା ପରାୟେ’
ଝୁରି ହୁଅଇ ଅ ‘ନ୍ତରେ ‘ ଯେ ।୨।
ଫାଲଗୁନ ମାସେ ‘ ଦୋଳ ଯାତରା ‘
ରାଧାକୃଷ୍ଣ ଦୋଳି ‘ ଖେଳନ୍ତି ପରା ‘
ରଙ୍ଗ ଖେଳର ଆ’ସର ଜମଇ ‘
ଆମ୍ବ ବଉଳର ‘ ବାସ ଛୁଟଇ ‘ ଯେ
ମଧୂପ ଭ୍ରମର ‘ବାଇ ‘ ଯେ
ଗୁଣୁଗୁଣୁ ସୁରେ’ ଗୁଞ୍ଜନ କରନ୍ତି’
ଧରା ଚମକି ଉ’ଠଇ ‘ ଯେ ।୩

ଶ୍ରୀରାମ ସାହୁ
ଫୁଲବାଣୀ।କନ୍ଧମାଳ।

Share this :
Next Post

ସ୍ମୃତି ସେତ ଅଭୁଲା ଅତୀତ - ଶ୍ରୀମତୀ ଛବିରାଣୀ ପତି

  ବିପର୍ଯ୍ୟୟ ଗ୍ରସ୍ଥ ସ୍ଥିତି ଅବସ୍ଥିତି ମଣିଷର ପରିସ୍ଥିତି କହିଲେ ନ’ସରେ ଦୁଃଖଦ ଯନ୍ତ୍ରଣା ବିଗତ ଦିନର ସ୍ମୃତି । ମୃତ୍ୟୁ ଖେଳୁଥିଲା ବରି ଅମରତ୍ତ୍ଵ ସଂଗ୍ରାମୀ ମାନବ ସାଥେ ଜିତାପଟ ହୋଇ ବାଜି ମାରୁଥିଲା କାଳର କରାଳ ହାତେ । କୋକୁଆ ଭୟରେ ବରଷ ତମାମ ମହାମାରୀ ଦେଲା ବୋଲି ବିସ୍ମୟ ପ୍ରକାରେ ନାଚାର ପଣରେ ମୃତ୍ୟୁ ରଚିଗଲା ହୋଲି । କାଳିମାର ଫର୍ଦ୍ଦ ଜନ ଇତିହାସେ ଏପରି […]

Subscribe US Now