ବିପର୍ଯ୍ୟୟ ଗ୍ରସ୍ଥ ସ୍ଥିତି ଅବସ୍ଥିତି
ମଣିଷର ପରିସ୍ଥିତି
କହିଲେ ନ’ସରେ ଦୁଃଖଦ ଯନ୍ତ୍ରଣା
ବିଗତ ଦିନର ସ୍ମୃତି ।
ମୃତ୍ୟୁ ଖେଳୁଥିଲା ବରି ଅମରତ୍ତ୍ଵ
ସଂଗ୍ରାମୀ ମାନବ ସାଥେ
ଜିତାପଟ ହୋଇ ବାଜି ମାରୁଥିଲା
କାଳର କରାଳ ହାତେ ।
କୋକୁଆ ଭୟରେ ବରଷ ତମାମ
ମହାମାରୀ ଦେଲା ବୋଲି
ବିସ୍ମୟ ପ୍ରକାରେ ନାଚାର ପଣରେ
ମୃତ୍ୟୁ ରଚିଗଲା ହୋଲି ।
କାଳିମାର ଫର୍ଦ୍ଦ ଜନ ଇତିହାସେ
ଏପରି ହୋଇଲା ଯୋଡା
ତା’ ଚିତ୍ର ଚରିତ୍ର ସମୀକ୍ଷାର ଯୁ ‘
କାହିଁ ପଡ଼ିବନି ଲୋଡା ।
ସେ ପୃଷ୍ଠା ସ୍ୱାକ୍ଷରେ ଲିପିବଦ୍ଧ ଖାଲି
କୁଢ଼ କୁଢ଼ ଅବସୋସ
ଏ’ ଜୀବନେ କେହି କିଛି ମୋର ନୁହେଁ
ଦେଇଗଲା ଯା’ ସନ୍ଦେଶ ।
ଗୃହବନ୍ଦୀ ହୋଇ ମୁହେଁ ତୁଣ୍ଡି ଦେଇ
ଲୁଚିଲା ମଣିଷ ଯହିଁ
ଶୁଦ୍ଧି ହେବା ଦୂର କାନ୍ଦିବାକୁ ତର
ନ’ଥିଲା କାହାଠିଁ କାହିଁ ।
ଭାରି ବଳବାନ ଏ’ ସମୟର ଚକ୍ର
ଦେଖାଏ ତାଣ୍ଡବ କେତେ
ଊଜାଣି ବୋହିଲେ ବିଭୀଷିକାମୟେ
ବୁଡେ ଭିତ୍ତିଭୂମି ଯେତେ ।
ଆଗନ୍ତୁକ ଏହି ନୂଆ ସୂର୍ଯ୍ୟୋଦୟେ
ଆଶାରେ ପଖାଳି ନେତ୍ର
ସୁଖ ସମ୍ଭାବନା ବୀଜ ବିପ୍ପଣୀରେ
ସ୍ମରିବା ଶ୍ରୀଜଗନ୍ନାଥ ।
ଶ୍ରୀମତୀ ଛବିରାଣୀ ପତି
ମଧ୍ୟଶାସନ, ବିରିଡ଼ି,
ଜଗତସିଂହପୁର । ।
Readers Interaction