ଆସିବରେ ନୂଆ ବରଷ – ସୁସ୍ମିତା ଶତପଥି

Views: 8
0 0
Read Time:2 Minute, 7 Second

 

ଜାନୁଆରୀ ପହିଲା ଆସୁଛି ଆସିବ
ସମୟର ଚକ ଗଡେ
ଇଂରେଜମାନଙ୍କ ନୂଆ ବର୍ଷ ପାଳନେ
ତୁମ ମନ କିମ୍ପା ଉଡେ।
ପଉଷ ମାସର ଏହି ଶୀତୁଆ ସଞ୍ଜରେ
କିବା ହୋଇଥାଏ ନୂଆ
ବଦଳେନି ପାଗ ବଦଳେନି ଋତୁ
ଚାଷ ବାସ ପୋତା ରୁଆ।
ହିନ୍ଦୁ ନୂଆବର୍ଷ ଆସଇ ସଧିରେ
ଉପଯୁକ୍ତ ତିଥି ବାରେ
ଚୈତ୍ର ଶୁକ୍ଳର ପ୍ରତିପଦା ତିଥି
ନୂଆ ରଙ୍ଗ ସତେ ଭରେ।
ନଵ ପଲ୍ଲବରେ ନବ ରାଗିଣୀରେ
ପ୍ରକୃତି ନାଚଇ ଛନ୍ଦେ
ଚଇତି ପରବ ଘଣ୍ଟ ଘଣ୍ଟା ନାଦ
ସମୀର ବହଇ ମନ୍ଦେ।
ସଂସ୍କୃତିର ସାର ପଞ୍ଜିକା ଆମର
ନୂଆ ରୂପେ ପୂଜା ପାଏ
ବାହା ବ୍ରତ ତିଥି ପୂଜା ଓଷା ବିଧି
ନୂଆ ଆଶା ଆଣି ଦିଏ।
ପାଳିବା ଆମେରେ ଆନନ୍ଦ ମନରେ
ହସି ହସାଇବା ଧରା
ସଂସାରରେ ସାର ହିନ୍ଦୁର ବେଭାର
ବହୁ ପ୍ରାଚୀନ ମୋ ପରମ୍ପରା।

ସୁସ୍ମିତା ଶତପଥି
ଅଧ୍ୟାପିକା, ଟ୍ରାଇଡେଣ୍ଟ ଇଂ କଲେଜ
ଭୁବନେଶ୍ୱର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

The sensation in beauty - Dr Suresh Chandra Sarangi

Beauty is something only Sensitive mind and can find mere attraction, Mere sensation, through it may be pleasurable at the beginning, Doesn’t completely satisfy, So there is plain in it. If the mind can look at all the things of life, All the depths, heights and qualities of it, If […]

Subscribe US Now