ତୁମେ ଦାତା ପଣେ -ସ୍ନେହାପ୍ରଭା ମୁନି

Views: 19
0 0
Read Time:1 Minute, 58 Second

ତୁମେ ଦାତା ପଣେ ବଳିୟାର

ମୁଯେ ନେବାକୁ ପାତିଛି ଯୋଡି କର,

ଦେଉଥିବ ତୁମେ ନେଉଥିବି ମୁହିଁ

ଆଶିଷ ଟିକିଏ ପ୍ରଭୁ ତୁମର.

ତୁମେ କ୍ଷମା ପଣେ କ୍ଷମା ସାଗର

କ୍ଷମା କରିଦିଅ ପାପ ପାପୀର,

ତୁମେ ଦାତା ପଣେ………

ପ୍ରହ୍ଲାଦକୁ ଇନ୍ଦ୍ରପଦ ଦେଇ 

ଧ୍ରୁବକୁ କରିଲ ରାଜା,

ସୁଦାମାକୁ ଦେଲ ଅମାପ ସମ୍ପତି

ଖାଇ ତାର ଖୁଦ ଭଜା.

ତୁମେ ଦୁଖହାରି ଏଇ ଜଗତର

ଶୁଣ ବା ନ ଶୁଣ ଗୁହାରି ମୋହର,

ତୁମେ ଦାତା ପଣେ…..

ଦ୍ରୌପଦୀକୁ ତୁମେ କୋଟି ବସ୍ତ୍ର ଦେଇ

ଲଜ୍ଜା ନିବାରଣ କଲ,

ଗଜ ଡାକ ଦେଲା ଗଭୀର ଜଳରେ

ଚକ୍ରନାଶି ଉଦ୍ଧାରିଲ.

ମୃଗୁଣିର ଦୁଃଖ ହରିଲ ପ୍ରଭୁ ହେ

ଘୋର ବିପତ୍ତିରୁ ତାରି,

କାଳୀୟ ଦଳନ କରିଥିଲ ତୁମେ

ଗୋପର ମଙ୍ଗଳ କରି.

ତୁମେ ଦାତା ପଣେ……..  

ସ୍ନେହାପ୍ରଭା  ମୁନି

Share this :
Next Post

ମାଟିର ମଣିଷ - କିରଣ ମନୀଷା ମହାନ୍ତି

  ଅଧା ଉଜୁଡା ମାଟି କାନ୍ଥ ଆଉ ଦୂରର ଡେଙ୍ଗା ତାଳ ଗଛରେ ବାଇ ଚଡେଇର ବସା ବାଟ ଭୁଲା ତା ସ୍ବପ୍ନ ସକାଳୁ ସଞ୍ଜ ଯାଏ କଠିନ ପରିଶ୍ରମରେ ମେରୁହାଡ଼ ଭାଙ୍ଗିଲା ପରି କଷ୍ଟ ଶାଗ ବାସି ପଖାଳର ବାସ୍ନାରେ ଭୋକିର ଭୋକିଲା ପେଟ ବତୁରୀ ଯାଏ ଆଖି ଲୁହ ଯେମିତି କିଏ ଷଡ଼ଯନ୍ତ୍ର କରିଛି  ଛଳନାର ଜାଲ ବୁଣି କୃଷକର ଦୁଃଖ ତା ଆଖି ଲୁହ ଭିଜା […]

Subscribe US Now